ବର୍ଷା ଯୋଗୁଁ କଳାହାଣ୍ଡି ହୋମଗାର୍ଡ ନିଯୁକ୍ତି ସ୍ଥିଗତ

।। କଳାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ ।। (ଚିତ୍ରସେନ ବାଗ) : ବର୍ଷା ପାଗ ଯୋଗୁଁ ଚଳିତ ୨୦୨୫ ହୋମଗାର୍ଡ ନିଯୁକ୍ତି କୁ ସ୍ଥିଗତ କରିଥିବା ନେଇ କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ଗତ ୨୦ ଜୁନ ରୁ ଭବାନୀପାଟଣା ପୋଲିସ ଗ୍ରାଉଣ୍ଡ ଠାରେ ଜିଲ୍ଲାର ପ୍ରତ୍ୟେକ ଥାନା ନିର୍ଦ୍ଧାରିତ ହୋମଗାର୍ଡ ପଦର ଚୟନ ପାଇଁ ପରୀକ୍ଷା ଚାଲିଛି।ଲିଖିତ ପରୀକ୍ଷା ଓ ଶାରୀରିକ ଯୋଗ୍ୟତା ପରୀକ୍ଷା ପ୍ରକ୍ରିୟା ଜାରି ରହିଛି।କିନ୍ତୁ ନିରନ୍ତର ବର୍ଷା ଓ ଖରାପ ପାଗ ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ରେ ବହୁ ବାଧା ସୃଷ୍ଟି ହେଉଛି।ଏଣୁ ନିଯୁକ୍ତି ପ୍ରକ୍ରିୟା ରେ ସାମିଲ ଥିବା ପ୍ରାର୍ଥୀ,ପ୍ରାର୍ଥୀନି ତଥା କର୍ମଚାରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚୟନ ପ୍ରକ୍ରିୟା କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି।ସଂଶୋଧିତ କାର୍ଯ୍ୟସୂଚୀ ଖୁବ ଶୀଘ୍ର ସୋସିଆଲ ମିଡିଆ ତଥା ସ୍ଥାନୀୟ ପୋଲିସ ଷ୍ଟେସନରେ ଘୋଷଣା କରାଯିବ ବୋଲି କୁହାଯାଇଛି।ଏହି ଅସୁବିଧା ପାଇଁ ପୋଲିସ ପ୍ରଶାସନ ଦୁଃଖ ପ୍ରକାଶ କରିବା ସହ ସହଯୋଗ ପାଇଁ କୁହାଯାଇଛି।