ଭାଙ୍ଗି ଥିବା ଘରର ପରିବାର ପାଖରେ ପହଁଞ୍ଚିଲା ପ୍ରଶାସନ

।। ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍।। (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରେଙ୍ଗ ପଦର ପଞ୍ଚାୟତର ଖାତିଗୁଡ଼ା ଗ୍ରାମର କୌର କୁମ୍ଭାର (୩୫) ସ୍ତ୍ରୀ ମନି କୁମ୍ଭାର ର ଘୋର କାନ୍ଥ ସୋମବାର ଦିନ ଭୁସୁଡି ପଡିଥିଲା। ଏହାକୁ ନେଇ ଖବର ପ୍ରସାରଣ ହୋଇଥିଲା। ତହସିଲଦାର ଙ୍କୁ ଯୋଗାଯୋଗ କରିବାରୁ ଜୋରିପାଳ ମିଳିଥିବା ବେଳେ ମଙ୍ଗଳବାର ଦିନ ବ୍ଲକ ପ୍ରଶାସନ ତରଫରୁ ବିପିସି ଉମା ମହେଶ୍ୱରୀ,ପି ଇ ଓ ପ୍ରତାପ ରୁଦ୍ର ସଡ଼ଙ୍ଗି କୌର କୁମ୍ଭାର ଘରକୁ ପହଞ୍ଚି ଥିଲେ । ଭାଙ୍ଗି ଥିବା ଘରକୁ ତଦାରଖ କରିବା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବେ କୋରାଯାଇଛି କିଛି ଦିନ ମଧ୍ୟରେ ପାଇବେ ବୋଲି କହିଥିଲେ।