ଜକାବାଲି ରାସ୍ତା କାଦୁଅ ପଚ୍ ପଚ୍ ; ଲୋକେ ହଟହଟା

।। ମଦନପୁର ରାମପୁର ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ।। (ଉଦ୍ଧବ ପଣ୍ଡା) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ରେ ବିଭିନ୍ନ ଯୋଜନା ମାନ କରି ରାସ୍ତା ରେ ଉନ୍ନତି କରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି । ଆଜି ବି ଅନେକ ଜାଗା ଅଛି ଯାହାକି ରାସ୍ତା ରେ କାଦୁଅ ପଚ୍ ପଚ୍ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ର ପ୍ରତିଶୃତି ପାଣିର ଗାର । ଏକ ଉଦାହରଣ ଦେଖିବାକୁ ମିଳିଛି ମ, ରାମପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଗୋପାଳପୁର ରାୟପୁର ଗୈାଡକର୍ଲାଖୁଣ୍ଟା ଗିରି ଗୋବର୍ଦ୍ଧନ ପୂଜା ମଣ୍ଡପ ଠାରୁ ଜକାବାହଲି, ଚନ୍ଦନ ପିଣ୍ଡା ,ଗାଞ୍ଜପଦର,ଆଦି ଗାଁ କୁ ସଂଯୋଗ କରୁଥିବା ଏହିରାସ୍ତା ଆଣ୍ଠୁଏ କାଦୁଅ ପଚ୍ ପଚ୍ ହୋଇ ପଡ଼ିଛି କିଛି ଦିନ ତଳେ ଗର୍ଭବତୀ ମହିଳା ଓ ଜଣେ ରୋଗୀଙ୍କୁ ଖଟ ଦୋଳା କରି ମ, ରାମପୁର ଡାକ୍ତର ଖାନା କୁ ଆଣି ଚିକିତ୍ସା କରାଯାଇଥିଲା ଏହି ରାସ୍ତା କୁ ଶୁଣି ବାକୁ ମିଳୁଛି ଆରଡି ବିଭାଗ କୁ ହସ୍ତାନ୍ତର ଥିବା। ଏହି ରାସ୍ତା କୁ ନା ବ୍ଲକ ପ୍ରଶାସନ ବୁଝୁଛି ନା ପଞ୍ଚାୟତ ବୁଝୁଛି କଥା ରେ ଅଛି ଏକୂଳର ହେଲୁ ନା ସେକୂଳର ହାଏଳ ବିଧାତା ତୁ ଏକି କଲୁ ଯାଫଳରେ ଆଜି ବହୁକଷ୍ଟ କାଲାତି ପାତ କରୁଛନ୍ତି ଅଞ୍ଚଳ ବାସୀ ଉକ୍ତ ରାସ୍ତା ପ୍ରତି କେତେଥର ଆନ୍ଦୋଳନ ମଧ୍ୟ କରିଛନ୍ତି ତଥା ପି କୁମ୍ଭଖର୍ଣ୍ଣ ନିଦ୍ରା ରେ ପ୍ରଶାସନ ଏହି ରାସ୍ତା ପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମ ଗଣମାଧ୍ୟମ ଦ୍ବାରା ଜଣାଇଛନ୍ତି।ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରନ୍ତି ଆନ୍ଦୋଳନ ର ପନ୍ଥା ଧରିବୁ ବୋଲି ବରିଷ୍ଠ ଆଇନଜୀବି ସତ୍ୟ ଜିତ ଚାଟାର୍ଜୀ ସୂଚନା ଦେଇଛନ୍ତି।