ଅନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ତସକରି ବିରୋଧ ଦିବସ ପାଳିତ

।। ଥୁଆମୂଳ ରାମପୁର ।। କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ ।। ଥୁଆମୂଳ ରାମପୁର ସ୍ଥାନୀୟ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ”ଅନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ତସକରି ବିରୋଧ ଦିବସ” ପାଳିତ ହୋଇଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ଗୃହବିଭାଗ ତରଫରୁ ସ୍ଥାନୀୟ ଥୁଆମୂଳ ରାମପୁର ପୋଲିସ ଷ୍ଟେସନ ଆନୁକୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ଥାନୀୟ ପୋଲିସ ଅଧିକାରୀ କୈବଲ୍ୟ ସେଠ ସଭାପତିତ୍ୱ କରିଥିଲେ। ବିଶେଷକରି ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ନିଶାରେ ଆସକ୍ତ ହେଉଛନ୍ତି ଓ ତାର ପ୍ରତି ବଦଳରେ ଅନେକ ଅଘଟଣ ଘଟିବା ସଂଗେ ସଂଗେ ଜୀବନ ନଷ୍ଟ ହେଉଛି ଓ ଧୀରେ ଧୀରେ ଏହା ଏକ ସାମାଜିକ ବ୍ୟାଧି ଭାବରେ ମୁଣ୍ଡ ଟେକୁଛି । ସେହି ସମ୍ପର୍କରେ ସଭାରେ ଆଲୋଚନା କରାଯାଇଥିଲା। ନିଶା କବଜାରୁ କିଭଳି ଆମେ ମୁକ୍ତ ହୋଇ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବୁ ଓ ବିଶେଷକରି ଅବୈଧ ତସକରିରୁ ସମାଜକୁ ମୁକ୍ତ କରାଯିବ। ସେହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ସରକାରୀ ଡିଗ୍ରୀ କଲେଜ ଅଧ୍ୟାପକ ବଳଭଦ୍ର ବାଗ, ପରୀକ୍ଷିତ ମାଝୀ, +୨ କଲେଜ ଅଧ୍ୟାପକ ଶେଖ୍ ଅଖତର, ଉଦ୍ଧବ ବାରିକ, ଗ୍ରନ୍ଥାଗାର ପ୍ରଶାନ୍ତ ମୁଣ୍ଡଛିନା ,ସନାତନ ନାଏକଙ୍କ ସହିତ ପୋଲିସ କର୍ମଚାରୀ ,ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ସଚେତନତା ସମାଜର ପ୍ରତ୍ୟେକ ଲୋକଙ୍କୁ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ଆଗ୍ରହ କରାଯାଇଥିଲା।