୭ ଦଫା ଦାବୀ ନେଇ ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ପ୍ରାୟ ଏକ ମାସ ତଳେ ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଏକ ସାତ ଦଫା ସମ୍ବଳିତ ଦାବିପତ୍ର ସରକାରଙ୍କୁ ଦେଇ ଦାବୀ ଗୁଡ଼ିକ ପୂରଣ ନହେଲେ ଜୁଲାଇ ୧୮ ତାରିଖରୁ ସମଗ୍ର ଓଡ଼ିଶାର ଓଡ଼ିଶା ଡ୍ରାଇଭର ସଂଘର ଗାଡ଼ି ଚାଲକ ମାନେ ଷ୍ଟିଅରୀଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ହେବେ ବୋଲି ଘୋଷଣା କରିଥିଲେ ମଧ୍ୟ ରାଜ୍ୟ ସରକାର ଡ୍ରାଇଭର ସଂଘର ଚେତାବନୀକୁ ହାଲୁକାରେ ନେଇ ତାଙ୍କର ସମସ୍ୟାର ସମାଧାନ ପ୍ରତି ଧ୍ୟାନ ଦେଇନଥିଲେ।ଫଳସ୍ୱରୁପ୍ ଘୋଷଣା ଅନୁଯାୟୀ ମଙ୍ଗଳବାର ଦିନ ଠାରୁ ଡ୍ରାଇଭର ସଂଘର ଆନ୍ଦୋଳନ ଆରମ୍ଭ ହୋଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପ୍ରାୟ ୮୧୬ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ଥିବା କେସିଙ୍ଗା ସଂଘର ସଭାପତି ରବୀନ୍ଦ୍ର ଶବର ପ୍ରକାଶ କରିଛନ୍ତି ସେ କହିଛନ୍ତି ଯେ ଆଜି ଆନ୍ଦୋଳନ ଆରମ୍ଭ ହୋଇଛି ଦିନେ ଦୁଇ ଦିନ ଭିତରେ ପେଟ୍ରୋଲ ଡିଜେଲ ଟ୍ୟାଙ୍କର ଗାଡ଼ି ଚଳାଉଥିବା ଡ୍ରାଇଭର,ଗ୍ୟାସ ଟାଙ୍କି ଗାଡ଼ି ଡ୍ରାଇଭର,ଓମଫେଡ କ୍ଷୀର ଗାଡ଼ି ଚଳାଉଥିବା ଡ୍ରାଇଭର ମାନେ ସମସ୍ତେ ଆନ୍ଦୋଳନରେ ସାମିଲ ହେବେ ତାପରେ ସରକାରଙ୍କ ଚେତା ପଶିବ ବୋଲି ପ୍ରକାଶ କରିଥିଲେ।ସତରେ ଯଦି ଡ୍ରାଇଭର ଭାଇ ମାନଙ୍କ ଦାବୀ ପ୍ରତି ଯଦି ରାଜ୍ୟ ସରକାର ଶୀଘ୍ର ସମାଧାନର ବାଟ ନ କାଢ଼ନ୍ତି ତାହାହେ ପରିସ୍ଥିତି ଭୟଙ୍କର ହେବା ସହିତ ଦରଦାମ ବୃଦ୍ଧି ସାଙ୍ଗକୁ ଅତି ଆବଶ୍ୟକ ଜିନିଷ ଠିକ ସମୟରେ ଜନସାଧାରଣଙ୍କ ପାଖରେ ପହଞ୍ଚିପାରିବ ନାହିଁ ଯଥା ଶୀଘ୍ର ଆନ୍ଦୋଳନ ପ୍ରତ୍ୟାହୃତ ନ ହେଲେ ଅଯଥାରେ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି।ସେପଟେ ପ୍ରଥମ ଦିନରୁ ହିଁ ବସ ଯାତ୍ରୀ ମାନଙ୍କୁ ବସ ଷ୍ଟାଣ୍ଡ ରେ ନିରାଶ ହୋଇ ବସି ସରକାରୀ ବସକୁ ଅପେକ୍ଷା କରୁଥିବା ଦେଖା ଦେଇଛି।କେସିଙ୍ଗା ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ ହୋଇ ଥିବାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଦାଦନ ଶ୍ରମିକ ମାନେ ଚାଷକାମ ଓ ଗଣପର୍ବ ନୂଆଁଖାଇ ପାଇଁ ଶହ ଶହ ସଂଖ୍ୟାରେ କେସିଙ୍ଗା ରେଳ ଷ୍ଟେସନରେ ଓହ୍ଲାଇ ଜିଲ୍ଲାର ତଥା ପଡ଼ିଶୀ ଜିଲ୍ଲାକୁ ଯାଇଥାନ୍ତି ଆଜିଠାରୁ ଦାଦନ ଶ୍ରମିକ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ଏଥିରେ କୌଣସି ସନ୍ଦେହ ନାହିଁ।