ଶିକ୍ଷା ବ୍ୟବସ୍ଥା ତଦରାଖ କଲେ ପ୍ରୋବେସନ୍ ଆଇ.ଏ.ଏସ୍ ଅଧିକାରୀ

ଥୁଆମୂଳ ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପ୍ରୋବେସନ ଆଇ.ଏ.ଏସ ଅଧିକାରୀ ଅନିମେଶ ପ୍ରଧାନ ଆଜି ଥୁଆମୁଳ ରାମପୁର ବ୍ଲକକୁ ଦିନ‌କିଆ ଗସ୍ତରେ ଆସିଥିଲେ । ପ୍ରୋବେସନ ଆଇ.ଏ.ଏସ ଶ୍ରୀ ପ୍ରଧାନ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଭାବେ ପରିଚିତ ଥୁଆମୁଳ ରାମପୁର ରାମପୁର ବ୍ଳକର ଶିକ୍ଷା ବ୍ୟବସ୍ତା ତଦାରଖ ପାଇଁ କିଆପଦର କସ୍ତୁରବା ଗାନ୍ଧୀ ଆବାସୀକ ବିଦ୍ୟାଳୟ, ରାଣୀଡୁମେର ପ୍ରଥମିକ ବିଦ୍ୟାଳୟ, ଗୋପାଳପୁର ଡାକକୋଟା ଠାରେ ତଫସିଲା ଭୁକ୍ତ ଜାତି ଜନ ଜାତି ମଙ୍ଗଳ ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଥୁଆମୁଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ଏବଂ ଥୁଆମୁଳ ରାମପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପ୍ରୋବେସନ ଆଇ.ଏ.ଏସ ଶ୍ରୀ ପ୍ରଧାନ ବିଦ୍ୟାଳୟ ଗୁଡିକରେ ପହଂଚି ଛାତ୍ର ଛାତ୍ରୀମାନେ କିଭଳି ଶିକ୍ଷା ଗ୍ରହଣ କରୁଛନ୍ତି ସେନେଇ ପଚାରି ବୁଝିଥିଲେ । ଏହାପରେ ଶିକ୍ଷକ ମାନଙ୍କ ସମସ୍ୟା ଏବଂ ତାର ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ବିଦ୍ୟାଳୟ ଗୁଡିକର ପିଇବା ପାଣି ଏବଂ ଶୌଚାଳୟ ବ୍ୟବସ୍ଥା ଦେଖିଥିଲେ । ଉଭୟ ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥାରେ ସେ ଅସନ୍ତୁଷ୍ଟ ଥିବା ଜଣା ପଡିଥିଲା । ଏହାପରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟରେ ପହଂଚି ସାଥିରେ ଥିବା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ହେମସାଗର ମହାନନ୍ଦ, ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧୁକାରୀ ହେମନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ ପଣ୍ଡା ପ୍ରମୁଖଙ୍କ ସହ ଆଲୋଚନା କରି ଅପରାହ୍ନ ସାଢେ ୫ଟା ବେଳେ ଭବାନିପାଟଣା ଫେରିଯାଇଥିଲେ।