ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ସମ୍ବଳିତ ଦାବୀକୁ ନେଇ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିଆସୁଥିବା ବେଳେ ତୃତୀୟ ନମ୍ବର ଦିନରେ ସମର୍ଥନ ଜଣାଇଲେ ପିସିସି ସମ୍ପାଦକ। ଗୋଲାମୁଣ୍ଡା ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ତୁମୁରା ଧାନ ମଣ୍ଡି ନିକଟରେ ଧାରଣା ରେ ବସିଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ଗ୍ରୀନ ସିଗନାଲ ମିଳିପାରିନାହିଁ । କିନ୍ତୁ ଏହି ଆନ୍ଦୋଳନ କୁ ବିଭିନ୍ନ ସାମାଜିକ ସଂଗଠନ ସହିତ ବିଜେଡି ଓ କଂଗ୍ରେସ ପାର୍ଟି ସମର୍ଥନ ଜଣାଉଛି। ସେହିପରି ଏହି ଆନ୍ଦୋଳନକୁ ତୃତୀୟ ନମ୍ବର ଦିନରେ ଗୁରୁବାର ଅପରାହ୍ନ ୪ଟା ରେ ପିସିସି ସମ୍ପାଦକ ତୁଲେଶ୍ୱର ନାଏକ ସମର୍ଥନ ଜଣାଇ ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରିଥିଲେ। ଡ଼୍ରାଇଭର ମାନଙ୍କ ୭ ଦଫା ଦାବି ଓଡ଼ିଶା ମୋଟର ଷ୍ଟ୍ରାନ୍ସପୋର୍ଟ ଓ ଓ୍ବାର୍କର ଓ୍ବେଫାୟାର ବୋଡ ଅଟୋ ଡ୍ରାଇଭରରକୁ ସାମିଲ କରାଯାଉ, ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ୍ରାଇଭର ସମାଜ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯାଉ, ବୃତ୍ତି ଗତ ଡ୍ରାଇଭର ଙ୍କୁ ୬୦ ଵର୍ଷ ବୟସ ପରେ ଭତ୍ତା ପ୍ରଦାନ ,ଗାଡି ଗୁଡିକ ପାର୍କିଂ ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ନେବା ପାଇଁ ପାର୍କିଂ ସହିତ ବିଶ୍ରାମ ଗାର, ଓଡ଼ିଶା ରେ ଥିବା ପ୍ରତ୍ୟେକ ଖଣି ଖାଦାନ ଓ କାରଖାନା ଗୁଡିକ ରେ ଶତକଡା ୭୦% ଭାଗ ଓଡ଼ିଶା ର ଡ୍ରାଇଭର ମାନଙ୍କୁ କାମ କରିବା ପାଇଁ ଅଗ୍ରାଧିକାର ଦିଆଯାଉ, ସେପ୍ଟେମ୍ବର ୧ ତାରିଖ କୁ ଜାତୀୟ ଡ୍ରାଇଭର ଦିବସ ରୂପେ ମାନ୍ୟତା ପ୍ରଦାନ ଭଳି ପ୍ରମୁଖ ଦାବୀ ରହିଛି। ଯେତେଦିନ ପର୍ଯ୍ୟନ୍ତ ଆମର ଦାବି କୁ ରାଜ୍ୟ ସରକାର ପୂରଣ ନ କରନ୍ତି ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଡ଼୍ରାଇଭର ମାନଙ୍କ ଆନ୍ଦୋଳନ ଦ୍ଵାରା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।