ବାଲିଗୁଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଅଭାବନୀୟ ଘଟଣା ଘଟିଛି। କଳାହାଣ୍ଡି ପୁଲିସ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁସାଙ୍ଗିଆ ଗ୍ରାମର ଜଣେ ଗଞ୍ଜେଇ ବେପାରୀକୁ ଧରିବା ପାଇଁ ଆସିଥିବା ବେଳେ ଗଞ୍ଜେଇ ବ୍ୟବସାୟୀ ଜଣକ ପୁଲିସର ହାତ ପହନ୍ତାରୁ ଖସିଯାଇଥିବା ବେଳେ ପୁଲିସକୁ ପାନେ ଦେବା ପାଇଁ ରଚିଥିଲା ଷଡ଼ଯନ୍ତ୍ର। ଫୋନ ଯୋଗେ ବିଭିନ୍ନ ଅଞ୍ଚଳକୁ କହିଦେଲା ତାକୁ ଏକ କାରରେ କିଛି କଳାହାଣ୍ଡି ଲୋକ ଅପହରଣ କରିବାକୁ ଆସିଥିଲେ ସେମାନଙ୍କ ହାବୁଡ଼ରୁ ମୁଁ ଖସି ଆସି ଜଙ୍ଗଲରେ ଅଛି। ସେମାନଙ୍କ ଗାଡିକୁ ଅଟକାଇ ମାଡ଼ ମାର। ଲୋକେ କିଛି ନ ବୁଝି ତୁମୁଡିବନ୍ଧ ଥାନା କୃତ୍ତମଗଡ ଟୋଲ ଗେଟ ନିକଟରେ କାରକୁ ଅଟକାଇ ମାଡ଼ ମାରିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି। ସେଥି ମଧ୍ୟରୁ ଦୁଇ ଜଣ ପୁଲିସ ଜୀବନ ବିକଳରେ ଧାଇଁ ବା ଆରମ୍ଭ କରିବାରୁ ଲୋକଙ୍କ ସନ୍ଦେହ ବଢିଥିଲା। ଏହା ପରେ ଲୋକ ରୁଣ୍ଡ ହୋଇଯଇ ଥିଲେ। ଏହି ସମୟରେ ଜଣେ ପୁଲିସ ଅଧିକାରୀ ନିଜକୁ ପୁଲିସ କହିବା ସହ ବନ୍ଧୁକକୁ କାଢି ଭୟ ଭିତ କରିବା ପରେ ଲୋକ ଶାନ୍ତ ହୋଇ ତୁମୁଡ଼ିବନ୍ଧ ପୁଲିସକୁ ଜଣାଇଥିଲେ। ଘଟଣା ସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ପହଞ୍ଚି ସାଧା ପୋଷାକରେ ଥିବା ତିନି ପୁଲିସ ଅଧିକାରୀକୁ ମୁକୁଳେଇବା ସହ ଥାନାକୁ ଆଣିଥିଲେ। ଲୋକଙ୍କୁ ପୋଲିସ ବୁଝାଶୁଝା ପରେ ଘଟଣା ଜାଣିବାକୁ ପାଇଥିଲେ ସାଧାରଣ ଲୋକ। ଏହା ପରେ ଶାନ୍ତ ପଡ଼ିଥିଲେ। ଏ ନେଇ ଥାନାରେ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ଆଶୁତୋଷ ଜେନା କହିଛନ୍ତି।