କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଥାନା ଖୁଣ୍ଟିଆ ବନ୍ଦପଡାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗୋଧେଇବା ପାଇଁ ଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଶ୍ରୀରାମପୁର ବନ୍ଦପଡାର ମାର୍କଣ୍ଡ ଧରୁଆ(୫୦) ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ମାର୍କଣ୍ଡ ଆଜି ନିକଟସ୍ଥ ନାଗ ବନ୍ଦ (ପୋଖରୀ)କୁ ଗାଧୋଇକୁ ଯାଇ ଦିର୍ଘ ସମୟ ପରେ ମଧ୍ୟ ଘରକୁ ଫେରି ନଥିଲେ। ଏହାପରେ ପରିବାର ଲୋକ ତାଙ୍କୁ ଖୋଜିବାକୁ ଯାଇଥିଲେ। ତେବେ ପୋଖରୀ ହୁଡ଼ାରେ ତାଙ୍କ ଗାମୁଛା ଓ ଚପଳ ଥିବାରୁ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରି ପୋଖରୀ ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ପୋଖରୀରେ ଶବ ଭାସୁଥିବା ଦେଖିବାକୁ ପାଇ କୋକସରା ଥାନା ପୁଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି। ଅନ୍ୟପଟେ ସନ୍ଧ୍ୟା ହେଇଥିବା କାରଣର ଶବ ବ୍ୟବଚ୍ଛେଦ ହୋଇ ନଥିବା ବେଳେ ଶନିବାର ସକାଳେ ଶବ ବ୍ୟବଛେଦ ହେବ ବୋଲି ଜଣାପଡ଼ିଛି। ଏନେଇ କୋକସରା ଥାନାରେ ଏକ ଅପମୃତ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଚଲାଇ ଥିବା ଥାନା ପକ୍ଷରୁ ସୂଚନା ମିଳିଛି।