କୋକସରା/ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ଅବକାରୀ ଥାନା ପକ୍ଷରୁ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଭାଲିଆଯୋର ଗ୍ରାମରେ ଚଢ଼ାଉ କରି ୮ କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ୍ କରାଯାଇଛି। ଗିରଫ୍ ବ୍ୟକ୍ତି ଜଣକ ଭାଲିଆଯୋର ଗ୍ରାମର ଅଭିରାମ ନାଏକ (୫୨)। ସୂଚନା ଅନୁସାରେ, ଶୁକ୍ରବାର ସକାଳୁ ଅଭିରାମଙ୍କ ଘରେ କୋକସରା ଅବକାରୀ ଥାନା ଅଧିକାରୀ ନରେନ୍ଦ୍ର ମିଞ୍ଜଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ୮. କେଜି ଗଞ୍ଜେଇ ସହ ଏକ ବାଇକ୍ ଜବତ କରାଯାଇଛି। ଏବଂ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିରାମ ନାଏକଙ୍କୁ ଗିରଫ କରାଯାଇ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ କୋକସରା ଅବକାରୀ ଥାନା ଅଧିକାରୀ ମିଞ୍ଜଙ୍କ ସମେତ ଏଏସ୍ ଆଇ ବିନୋଦିନୀ ମାହାଲିଙ୍ଗ, କନେଷ୍ଟବଳ ମହାଦେବ ମାଝୀ, ଭଲବଦ୍ର ପାତ୍ର, ସୁବଳ ମାଝୀ, ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ହୋଇଥିଲେ।