ଚୋର ଭାବି କଳାହାଣ୍ଡି ପୋଲିସକୁ ମାଡ଼ ଘଟଣା ; ୨ ଗିରଫ 

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ପୋଲିସକୁ କନ୍ଧମାଳରେ ମାଡ଼ ଘଟଣା କୁ ନେଇ ତୁମୁଡିବନ୍ଧ ପୋଲିସ ଦୁଇ ଅଭିଯୁକ୍ତ କୁ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ା ଥାନା ପରମପାଙ୍ଗା ପଂଚାୟତର ବାଲୁମାହା ଗ୍ରାମର ଅଟୋ ଡ୍ରାଇଭର ଯୋହନ ଡିଗାଲ ଓ କୁର୍ତମଗଡ଼ ଛକ ନିକଟରେ ବାଇକ ଗେରେଜ ମେକାନିକ ମଜନୁ ଆଲିଶା। ସୂଚନା ଥାଉକି ଗୁରବାର ଦିନ ଅପରାହ୍ନରେ କାର ଯୋଗେ କଳାହାଣ୍ଡି ପୋଲିସ ସାଧା ପୋଷାକରେ ଏକ ରିବଲ ବର ଧରି ସୁକୁଙ୍ଗିଆ ଗ୍ରାମରେ ଲୁଚି ଥିବା ଗଂଜେଇ ବ୍ୟପାରୀକୁ ଧରିବା ପାଇଁ ଆସିଥିଲେ। ସେଠାକାର ଲୋକେ ପିଲା ଚୋର ଭାବି ସାଧା ପୋଷାକ ଧାରୀ ପୋଲିସକୁ କାବୁ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ୍ୟ ଧରି ପାରିନ ଥିଲେ। ଏହା ପରେ ସୁକୁଙ୍ଗିଆ ଗ୍ରାମବାସି ଫୋନ୍ ଯୋଗେ କୁର୍ତମଗଡ଼ ଗ୍ରାମ ବାସୀଙ୍କୁ ଜଣାଇ ଥିଲେ। କୁର୍ତ୍ତମଗଡ଼ ଟୁଲଗେଟ ନିକଟରେ ଥିବା ଗ୍ରାମବାସି ମାନେ କିଛି ନ ବୁଝି ସାଧା ପୋଷାକ ଧାରୀ କଳାହାଣ୍ଡି ପୋଲିସ କାର ଟିକୁ ଅଟକାଇ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ଭିଡିଓ ଫୁଟେଜ ଅନୁଧ୍ୟାନ କରି ୨ ଜଣକୁ ଗିରଫ କରିଛି।