ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ତିନି ସରକାରୀ ମହା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ୟବସାୟୀ ରାଉତ ପରିବାର ତରଫରୁ ଆୟୋଜନ କରାଯାଇଥିଲା। ଘରେ କନ୍ୟା ସନ୍ତାନ ଜନ୍ମ ପରେ ଖୁସିରେ ତାର ଏକୋଶିଆ ପାଳନ ଅଭିନବ ଉପାୟରେ ଆୟୋଜନ କରିଛନ୍ତି। ନିଜ ସାଙ୍ଗ ସାଥୀ, ଖବରଦାତା ବନ୍ଧୁ ପରିଜନ ତଥା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ମିଶି ଶହେରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଛି। ପ୍ରକୃତି ପାଇଁ ପ୍ରେମର ପ୍ରକୃତି ଝିଅର ୨୧ ଦିବସୀୟ ବୃକ୍ଷ ରୋପଣ ଶୀର୍ଷକ କାର୍ଯ୍ୟକ୍ରମ ଦ୍ବାରା ପାଳନ କରିଛନ୍ତି ନିଜ ଗୃହକୁ ଆସୁଥିବା କନ୍ୟା ସନ୍ତାନର ଏକୋଷିଆ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ସମେତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିନୟ ବେହେରା ଓ ଅଧ୍ୟାପକ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।