ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : ଭବାନୀପାଟଣା ସ୍ଥିତ ଶମ୍ଭୁନଗର ଭୋଇଗୁଡା ସୋସାଇଟି ଆନୁକୁଲ୍ୟରେ ଉତ୍ତର ବନଖଣ୍ଡ ବିଭାଗ ତରଫରୁ ସୋସାଇଟିର ସମସ୍ତ ସଭ୍ୟ ମାନଙ୍କ ଦ୍ଵାରା ବନମହୋତ୍ସବ ପାଳନ କରାଯାଇଥିଲା। ଉକ୍ତ ଉତ୍ସବରେ ସୋସାଇଟିର ସମସ୍ତ ସଭ୍ୟ ସଭାପତି ବିଜୟ କୁମାର ବାଗ ସମ୍ପାଦକ ନୀଳମାଧବ ମହାକୁଡ ଯୁଗ୍ମ ସମ୍ପାଦକ ମନୋଜ ପ୍ରଧାନ ଉପଦେଷ୍ଟା ପିତାମ୍ବର ମହାରଣା ଓ ସଚ୍ଚିଦାନନ୍ଦ ମହାକୁଡ଼, ଅଖିଳ ପାଣିଗ୍ରାହୀ, ବସନ୍ତ ପାଣିଗ୍ରାହୀ, ସନ୍ତୋଷିନୀ ମହାକୁଡ଼, ସୁରେଶ ମହାପାତ୍ର,ଖଦାଳ ପ୍ରଧାନ,ରାଜେନ୍ଦ୍ର ମହାରଣା,ଓମ୍ ପ୍ରକାଶ ସାହୁ,ମୀନତୀ ସାବତ,ତପସ୍ଵିନୀ ପ୍ରଧାନ, ଦୀପ୍ତି ମହାପାତ୍ର, ଗାୟତ୍ରୀ ମହାରଣା, ସୁଲୋଚନା ପାଣିଗ୍ରାହୀ, କେଦାର ସାହୁ ଓ ଶେଷଦେବ ଖଦାଳ, ବିଷ୍ଣୁ ଚରଣ ସ୍ୱାଇଁ ବୃକ୍ଷ ରୋପଣ କରିଥିଲେ। ଏକ ପେଡ଼ ମା କେ ନାମ, ମାଙ୍କ ପାଇଁ ଗଛ ଟିଏ ଲଗେଇବା ଆଉ ଯତ୍ନବାନ୍ ହେବା। ପରିବେଶ ସୁରକ୍ଷା ପାଇଁ ଏକମାତ୍ର ଅସ୍ତ୍ର ବୃକ୍ଷ ରୋପଣ। ପରିବେଶ ଯେଉଁ ଭଲି ଭାବରେ ଦୂଷିତ ହେଉଅଛି। ବୃକ୍ଷ ରୋପଣ ଦ୍ଵାରା ହିଁ ଆମେ ସୁରକ୍ଷା ଦେଇପାରିବା। ଗଛ ଟିଏ ଲଗେଇ ଜଙ୍ଗଲ ପାହାଡ଼ ଜମିକୁ ଆମେ ସୁରକ୍ଷା ଦେଇପାରିବା। ବୃକ୍ଷ ଦ୍ଵାରା ବହୁ ମାତ୍ରାରେ ଅକ୍ସିଜେନ ମିଳିବ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବନବିଭାଗ ର କର୍ମଚାରୀ ବନ ରକ୍ଷୀ ରଜନିକାନ୍ତ ମେହେର,ବନ ରକ୍ଷୀ ମୀନା ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସ୍ତ ଙ୍କୁ ସଚିଦାନନ୍ଦ ମହାକୁଡ଼ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।