ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ମନ୍ତ୍ରଦୀକ୍ଷା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦର ନେତୃତ୍ୱରେ ସ୍ଥାନୀୟ ତେରାପନ୍ଥ ଭବନରେ ତେରାପନ୍ଥ ଯୁବକ ପରିଷଦ କେସିଙ୍ଗା ଆନୁକୁଲ୍ୟରେ ରବିବାର ଦିନ ଏକ ମନ୍ତ୍ରଦୀକ୍ଷା କାର୍ଯ୍ୟଶାଳା ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଦୀକ୍ଷା ଗୁରୁ ଭାବରେ ୟୁଗପ୍ରଧାନ ଆଚାର୍ୟ ଶ୍ରୀ ମହାଶ୍ରମଣ ଜି ଙ୍କ ଦୁଇ ପ୍ରମୁଖ ଶିଷ୍ୟା ଡା. ସମଣୀ ନିର୍ଦ୍ଦେଶିକା ଜ୍ୟୋତି ପ୍ରଜ୍ଞା ଜି ଏବଂ ସମଣୀ ମାନସ ପ୍ରଜ୍ଞା ଜି ଯୋଗଦେଇ ମନ୍ତ୍ର ଦୀକ୍ଷା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେସିଙ୍ଗା ଆଖପାଖ ଗାଆଁର ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର ସତ୍ ଉପଦେଶ ଦେବା ସହିତ ତାଙ୍କର ଭବିଷ୍ୟତ କିପରି ଉଜ୍ଜଳ ହେବ ସେହି ବିଷୟରେ କର୍ଣମନ୍ତ୍ର ଦେଇ ଥିଲେ ଦୀକ୍ଷା ଗୁରୁ ମାନେ।କେସିଙ୍ଗା ତେରା ପନ୍ଥ ଯୁବକ ପରିଷଦର ସଦସ୍ୟ ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରୁଥିଲେ।