ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ; କ୍ଷତିପୂରଣ ଦାବୀରେ ରାସ୍ତା ଅବରୋଧ

ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସୁବାଷ ବାଗ) : ଧର୍ମଗଡ ବ୍ଲକ ବେହେରା ବିଜୁ ଏକ୍ସପ୍ରେସ ଛକ ନିକଟରେ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଜଣକ ର ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ଛନ୍ଚାଣବାହେଲି ପଞ୍ଚାୟତ ରାବନଗୁଡା ଗ୍ରାମର ଗଣ୍ଡାରାମ ଗୋପାଳ।ସେ ବେହେରା ସ୍ଥିତ ଏକ ଫାଷ୍ଟ ଫୁଡ଼ ଦୋକାନ କାମ କରନ୍ତି।ସକାଳ ସକାଳୁ ସାଇକେଲ ଯୋଗେ ନିଜ ଗାଁ ରୁ ବେହେରା ଆସୁଥିବା ବେଳେ ବିଜୁ ଏକ୍ସପ୍ରେସ ଛକ ନିକଟରେ ହଠାତ ଆମ୍ବୁଲାନ୍ସ ମାଡି ଆସି ଧକ୍କା ଦେଇଥିଲା।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ସେହି ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରି ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସ ରେ ପର୍ଲା ଡାକ୍ତର ଖାନା ଆଣିଥିଲେ।ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।ପରିବାର ଓ ସ୍ଥାନୀୟ ଲୋକ କ୍ଷତି ପୂରଣ ଦାବୀ ନେଇ ବେହେରା ଓ ପର୍ଲା ନିକଟରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ।ଘଟଣା ସ୍ଥଳରେ ଉପଜିଲ୍ଲାପାଳ ସମେତ ଧର୍ମଗଡ ତହସିଲଦାର, କୋକସରା ତହସିଲଦାର ,କୋକସରା ପୋଲିସ ଧର୍ମଗଡ ପୋଲିସ ଆସି ଲୋକଙ୍କୁ ବୁଝାସୁଝା କରିଥିଲେ।ହେଲେ ଖବର ଲେଖା ପଯ୍ୟନ୍ତ କୌଣସି ନିଷ୍କ୍ରିୟ ସମାଧାନ ହୋଇ ନ ଥିବା ବେଳେ ନିଜ ଜିଦ ରେ ଅଟଳ ରହିଛନ୍ତି ଲୋକେ।