ପର୍ଲାଠାରେ ଜିଲ୍ଲାସ୍ତରୀୟ ଶ୍ରମିକ ଦିବସ ପାଳନ

ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସୁବାଷ ବାଗ) : ଆଜି ବିଶ୍ୱ ଶ୍ରନିକ ଦିବସ ।ଏହି ଅବସରରେ ମାଆ ମାଣିକେଶ୍ୱରୀ ରାଜ ମିସ୍ତ୍ରୀ ସଂଘ ଆୟୋଜନ ରେ ପର୍ଲା ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇ ଯାଇଛି। ସଂଘ ସଭାପତି ଅବିରାମ ସୁନାନୀ ଙ୍କ ସଭାପତିତ୍ୱ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କୋକସରା ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ,ସମ୍ମାନିତ ଅତିଥି -ଧର୍ମଗଡ ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୁର୍ଗା,ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧାନୀ,ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରିଜଲାଲ ନାଏକ,ସମାଜ ସେବୀ ସୁଧୀର ବାଗ ,ସଂଘ ସମ୍ପାଦକ ଚିତରଞ୍ଜନ ଗୋପାଳ, ସାମ୍ବାଦିକ ସୁବାସ ବାଗ, ଲକ୍ଷଜ୍ୟୋତି ଜାଲ ,ସୁଧୀର ଗୋପାଳ ଛନ୍ଚାଣବାହେଲି ସିଆରପି କଞ୍ଚାନ ଗୋପାଳ ପର୍ଲା ଗ୍ରାମପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି କେଶବ ଝାଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ।ସର୍ବ ପ୍ରଥମେ ପ୍ରଭୁ ଶ୍ରୀ ବିଶ୍ୱକର୍ମା ଙ୍କ ଫୋଟ ଚିତ୍ର ରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଵଳ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶ୍ରମିକ ନିର୍ମାଣ ର ଏକ ସୂତ୍ରଧାରା -ଶ୍ରମିକ ବିନା ଦେଶ ରାଜ୍ୟ ଜିଲ୍ଲା ତଥା ପଞ୍ଚାୟତ ବିକାଶ ସମ୍ଭବ ନୁହେଁ।ଏକ ଧାରା ରେ ଶ୍ରମିକ ପ୍ରାଣ ପ୍ରତିଷ୍ଠାତା -ତାଙ୍କୁ ସମ୍ନାନ ଆଦର୍ଶ କରିବା ସମସ୍ତ ଙ୍କ କର୍ତ୍ତବ୍ୟ ଭାବ ଆସିବା ଉଚିତ ବୋଲି ମଞ୍ଚସିନ ଅତିଥି ମାନେ ଅଭିଭାଷଣ ରଖିଥିଲେ। ଅନ୍ୟଅଟେ ଶ୍ରମିକ ମାନେ ଏକଜୁଟ ହେଲେ କେନ୍ଦ୍ର ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଫାଇଦା ଉଠାଇବା ସହଜ ହେବ।ବିଶେଷ ଭାବେ ଶ୍ରମ ବଳ ରେ ଉପାର୍ଜିତ ଅର୍ଥ କୁ ସଞ୍ଚୟ ରଖି ଶିଖିବା ଯାହା ପାରିବାରିକ ଅର୍ଥନୈତିକ ବିକାଶ ହେବା ସାଂଗେ ଦେଶ ର ମଧ୍ୟ ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ।ତେବେ ଜିଲ୍ଲା ରେ ମାଆ ମାଣିକେଶ୍ୱରୀ ରାଜ ମିସ୍ତ୍ରୀ ସଂଘ ଗଠନ ହେବା ପରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମିକ ଙ୍କୁ ସଚେତନତା ସୃଷ୍ଟି କରିବା ସାଙ୍ଗକୁ ଶ୍ରମିକଙ୍କ ବିକାଶ ବୃଦ୍ଧି ପାଇଛି।ଏଥିପାଇଁ ଜିଲ୍ଲା ସଂଘ ର ସମସ୍ତ ସଦସ୍ୟଙ୍କ ସହଯୋଗ ଯୋଗୁ ସମ୍ଭବ ହୋଇଛି।ଆଗକୁ ସଂଘ ଅନେକ କାର୍ଯ୍ୟ ପନ୍ଥା ଅବଲମ୍ବନ କରିଛି ସମସ୍ତଙ୍କ ସହଯୋଗ ପାଇଁ ସଭାପତି ଅଭିରାମ ସୁନାନୀ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରମିକ, ମହିଳା ଉପସ୍ଥିତ ରହିଥିବା ବେଳେ ସୁଧୀର ଗୋପାଳ ମଞ୍ଚ ପରିଚାଳନା କରିଥିଲେ।ସଂଘ ର କୋଷାଧ୍ୟକ୍ଷ ସମସ୍ତ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମ ସମାପ୍ତି ଅଭିଭାଷଣ ରଖିଥିଲେ।