ବିଜାମାଲ ଛକ ଠାରୁ ସିଙ୍ଗପୁର ଆର୍.ଡି ରାସ୍ତା ଶୋଚନୀୟ

ମ.ରାମପୁର କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ସିଂ ପୁର ପଞ୍ଚାୟତ ହେଡ କ୍ୱାର୍ଟରକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ପିଚୁ ଉଠି ଖାଲଖମାରେ ଭର୍ତ୍ତି ଯୋଗୁଁ ଅତିଶୋଚନିୟ ଅବସ୍ଥାରେ ପଡ଼ିରହିଛି । ଫଳରେ ଯାନବାହାନ ଚଳାଚଳ ସାଙ୍ଗକୁ ସାଧାରଣ ଜନତା ପାଦରେ ଚାଲି ଯିବା କଷ୍ଟକର ହେଉଅଛି ।ଏହି ରାସ୍ତା ଉପରେ ସିଂପୁର ଓ ମୋହନ ଗିରି ଦୁଇଟି ପଞ୍ଚାୟତ ବାସୀ ନିର୍ଭର କରନ୍ତି। ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯାଇପାରୁ ନଥିବା ବେଳେ ଲକ୍ଷ୍ମୀ ବସ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଣୁ ରାସ୍ତାକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳ ବାସୀ ତଥା ବୁଦ୍ଧିଜୀବିମହଲ ରେ ଦାବି ହେଉଛି।