କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ମାଝୀଗୁଡା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟର କର୍ମଚାରୀ ବଶିଷ୍ଠ ବାଗଙ୍କୁ ଶୁକ୍ରବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ସୁଧୀର ରଞ୍ଜନ ପଣ୍ଡା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଧବଳେଶ୍ବର ନାଗ, ପରିଚାଳନା କମିଟି ସଦସ୍ୟ ରଞ୍ଜିତ କୁମାର ପୋଡ଼ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ପଞ୍ଚକ ପୋଡ଼, ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ। ଏହି କ୍ରମରେ ବିଦାୟୀ ସ୍କୁଲ କର୍ମଚାରୀ ଶ୍ରୀବାଗଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥି ସହିତ ତାଙ୍କର ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା ଜଣାଇଥିଲେ। କାର୍ଯ୍ୟକ୍ରମକୁ ପ୍ରତାପ ଚନ୍ଦ୍ର ମହାନ୍ତି ସଂଯୋଜନା କରିଥିଲେ। ଶିକ୍ଷକ ମୃତ୍ୟୁଞ୍ଜୟ ପଣ୍ଡା, ଲକ୍ଷ୍ମୀକାନ୍ତ ପଣ୍ଡା, ଦୀକ୍ଷାୟେ ଦାସ, ଗଜେନ୍ଦ୍ର ଧରୁଆ, କର୍ମଚାରୀ ଚୈତନ୍ୟ ବାଗ, ସୁରେଶ ପୋଡ଼ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।