ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗୋକୁଳାନନ୍ଦ ବଗର୍ତ୍ତି) : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ଘୋଷଣା ହେବା ପରେ ଛାତ୍ର ଛାତ୍ରୀଙ୍କ ମନରେ ଅନେକ ଉତ୍ସାଦ ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଶିଷକେଲା ଗାଁର ପୂର୍ବତନ ସରପଞ୍ଚ ତଥା ବର୍ତମାନର ସମିତି ସଭ୍ୟ ଉମାକାନ୍ତ ରଣାଙ୍କ ପୁଅ ଚନ୍ଦନ ରଣା ୫୪୭ ମାର୍କ ୯୧% ମାଟ୍ରିକ ପରୀକ୍ଷାରେ ରଖି ଅଂଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି। ତାଙ୍କ ବାପା ମା’ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଆଶ୍ରିବାଦ ସହ କଠିକ ପରିଶ୍ରମ ଯୋଗୁଁ ମାଟ୍ରିକ ପରୀକ୍ଷାରେ ଚନ୍ଦନ ସଫଳତା ପାଇ ଥିବା ନେଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଲିଯାଇଛି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଳକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ, ସାମ୍ବାଦିକ ଅଜିତ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।