କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଳକ କାଉଡୋଲା ପଞ୍ଚାୟତର ବାଞ୍ଜିବାହାଲ ଗ୍ରାମରେ ସୋମବାର ସକାଳୁ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଛି। ଏଥିରେ ପୂଜାକର୍ତ୍ତା ଭାବରେ ପଦ୍ମଲୋଚନ ମାଝୀ ଓ ତାଙ୍କ ସହଧର୍ମିଣୀ ସରୋଜିନୀ ମାଝୀ, ଘନଶ୍ୟାମ ମାଝୀ ଓ ତାଙ୍କ ସହଧର୍ମିଣୀ ପୁଷ୍ପାଞ୍ଜଳି ମାଝୀ ରହିଛନ୍ତି। ପୂଜକ ଉମାଶଙ୍କର ଦାସ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହି ନାମଯଜ୍ଞରେ ବୀଣାପାଣି ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ବାଞ୍ଜିବାହାଲ, ସିଉନି, ଡୁମେରମୁଣ୍ଡା, ଖଏରମାଲ, ପାଣ୍ଡରୀପଖାନ, ଛତାପଦର୍, ଭୂର୍ସାଗୁଡା ଆଦି ନାମ ସଂକୀର୍ତ୍ତନ ଦଳ ସାମିଲି ହୋଇଛନ୍ତି । ନାମଯଜ୍ଞ ଲାଗି ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାଳେ ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଲିଛି। କମିଟି ସଭାପତି ଘନଶ୍ୟାମ ମାଝୀ, ସମ୍ପାଦକ ଲକ୍ଷ୍ମୀକାନ୍ତ ମାଝୀ, ମନୋରଞ୍ଜନ ମାଝୀ, ଶ୍ରୀପତି ମାଝୀ, ପରମେଶ୍ବର ମାଝୀ ସମେତ ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରୁଛନ୍ତି। ମଙ୍ଗଳବାର ସକାଳେ ନାମଯଜ୍ଞ ସମ୍ପନ୍ନ ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
