ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଅଶ୍ୱିନ ମଲ୍ଲିକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଗ୍ରାମପଞ୍ଚାୟତଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସହକାରି ଯନ୍ତ୍ରୀ ପର୍ଶୁରାମ ନାୟକ, ଏବିଇଓ ଲବଣି ନାଏକ, ରାଜସ୍ବ ନୀରିକ୍ଷକ ଶୋଭା କିଶୋର ମଲ୍ଳିକ,ସରପଞ୍ଚ ଆମୃତା ବଛା, ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ରିତାରାଣୀ କିଶାନ,କନିଷ୍ଠ କିରାଣୀ ନନ୍ଦିନୀ ଶବର, ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ନାଏକ, ଆଇସିଡ଼ିଏସ ମହିଳା ପରିଦର୍ଶିକା ଶାନ୍ତିଲତା ମଙ୍ଗରାଜ, ପିଇଓ ଶୁଭାଶିଷ ନାଏକ, ଜିଆରଏସ ଯୁଗେଶ୍ୱର ଚଣ୍ଡୀଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶିବିର ରେ ସମୁଦାୟ ୧୩୫ ଜଣ ନିଜ ନିଜ ଅଭିଯୋଗ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ୨୮ଜଣଙ୍କ ସମସ୍ୟା ର ସମାଧାନ ତୁରନ୍ତ ସମାଧାନ କରାଯାଇଥିଲା। ଅଭିଯୋଗ ମଧ୍ୟରୁ ୧୨ଜଣ କେବଳ ଆବାସ ଯୋଜନା, ମନରେଗା ୩୫, ପିଡିଏସ ବାବଦ କୁ ୨, ପେନସନ ୪୧,ତହସିଲ ସମ୍ବନ୍ଧୀୟ ୧୮, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ସମ୍ବନ୍ଧୀୟ ୨ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ୨୫ ଗୋଟି ଅଭିଯୋଗ କରିଥିବା ଜଣାପଡ଼ିଛି ।
