ତେନ୍ତୁଳଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଂଚାୟତ ଅଧିନସ୍ତ ସଲପା୨ ଅଙ୍ଗନବାଡ଼ି କେନ୍ଦ୍ର (ଡ଼ମ୍ବଗୁଡ଼ା) ଠାରେ କମଳ ମତି ଶିଶୁ, ଗର୍ଭବତୀ, ପ୍ରସୂତି ମା ମାନଙ୍କୁ ନେଇ ଅଙ୍ଗନବାଡ଼ି କର୍ମୀ ସନ୍ଦ୍ୟରାଣୀ ବିଶ୍ବାଳ ନେତୃତ୍ଵରେ ଓ ଇଟିପିଏ ଫାଉଣ୍ଡେସନ କର୍ମଚାରୀଙ୍କ ସହଯୋଗରେ ବିଶ୍ବ ହାତ ଧୁଆ ଦିବସ ପାଳନ କରାଯାଇଅଛି। କିପରୀ ହାତ ସଫା ସୁତୁରା ରହିବା ଦ୍ୱାରା ପେଟ ଜନିତ ରୋଗର ନିରାକରଣ ପାଇବା ତାହାକୁ ନେଇ ବୁଝେଇ ଥିଲେ। ଖାଦ୍ୟ ଖାଇବା ପୂର୍ବରୁ ଓ ଖାଦ୍ୟ ଖାଇସାରିବା ପରେ କିପରି ହାତ ଧୁଆ ଯାଏ ଏସୁବୁ ସମ୍ପର୍କରେ ଇଟିପିଏ ଫାଉଣ୍ଡଟେସନ କର୍ମଚାରୀ ଦିଲ୍ଲୀପ କୁମାର ସୁନା ଉପସ୍ଥିତ ସାଧାରଣ ଲୋକଙ୍କୁ ଡେମ ଦେଖେଇ ଥିଲେ । ଏହି କାର୍ଯ୍ୟକ୍ରମ ତେନ୍ତୁଳିଖୁଣ୍ଟି ବ୍ଲକ ପ୍ରତେକ ଅଙ୍ଗନବାଡ଼ି କେନ୍ଦ୍ରରେ ବିଶ୍ବ ହାତ ଧୁଆ ଦିବସ ପାଳନ କରାଯାଇ ଥିବା ତେନ୍ତୁଳିଖୁଣ୍ଟି ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନିତା ଜେଠି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଟିପିଏ ଫାଉଣ୍ଡେସନ କର୍ମଚାରୀ ସୁନା ପରିଚାଳନାରେ ସହଯୋଗ କରିଥିଲେ।


