ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ଓବିସି ମଞ୍ଚ ତରଫରୁ ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ସ୍ଥାନୀୟ ଭୀମଖୋଜପଡା ଶୈବ ପୀଠଠାରେ ଓବିସି ମଞ୍ଚ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଳଙ୍କ ସଭାପତିତ୍ୱରେ ଓ ବ୍ଲକ ସଭାପତି ପ୍ରମୋଦ ହଂସଙ୍କ ନେତୃତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବ୍ଲକ ସଂପାଦକ ଏକାଦଶୀ ଗୋପାଳ, ବ୍ଲକ ଯୁବ ସଂପାଦକ ସୁଧୀର ଗୋପାଳ, ଡଃ ଦୁଷ୍ମନ୍ତ ଯାଦବ, ଶିକ୍ଷାବିତ ଗିରିଧର ସାହୁ, ପ୍ରମୁଖ ଯୋଗଦାନ କରି ଓବିସି ମାନଙ୍କ ସାମ୍ବିଧାନିକ ହକ, ଅଧିକାର ଓ ସମାନୁପତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା, ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ବିଷୟରେ ଆଲୋଚନା କରିଥିଲେ। ଅଗାମିଦିନରେ ଓବିସି ସମାଜ କୁ ସୁ ସଂଗଠିତ କରି ଆଗକୁ ବଢ଼େଇବା ପାଇଁ ଧର୍ମଗଡ଼ ଏନ.ଏ.ସି ମଞ୍ଚ କମିଟି ଗଠନ ହୋଇଥିଲା। ସଭାପତି ଭାବେ ବିଶିଷ୍ଟ ସମାଜ ସେବୀ ରାଜେନ୍ଦ୍ର ଭୋଇ, ସଂପାଦକ ସୋମନାଥ ନାଏକ, ସଂଗଠନ ସଂପାଦକ ଦେବାନନ୍ଦ ସାହୁ , ଉପ ସଭାପତି ଦୁକୁ କାଣ୍ଡ , ଓବିସି ଯୁବ ସଭାପତି ଭାବେ ସୋମ୍ୟରଞ୍ଜନ ନାଏକଙ୍କୁ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଓବିଶି ମଞ୍ଚ ସଂଯୋଜକ ଡାକେଶ୍ୱର ଲହଜଳ ପରିଚାଳନା କରିଥିଲେ।



