ଝରିଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସୂତୀ ମହିଳା ନବଜାତ ଶିଶୁ ସନ୍ତାନକୁ ଜନ୍ମ ଦେଇ ଗୁରୁତର ହୋଇପଡ଼ିବାରୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଗବାଗୁଡା ଗ୍ରାମର ଦୁର୍ଯ୍ୟୋଧନ ହରିଜନ(୩୨)ଙ୍କ ସ୍ତ୍ରୀ ଜ୍ୟୋତି ହରିଜନ(୩୦)ଙ୍କୁ ସୋମବାର ରାତ୍ରି ୧୨ଘଣ୍ଟାରେ ପ୍ରସବ ବେଦନା ଆରମ୍ଭ ହେବାରୁ ଝରିଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପରିବାରଲୋକେ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ। କିଛି ସମୟପରେ ମେଡ଼ିକାଲରେ ଜ୍ୟୋତି ଯାଆଁଲା ପୁଅ ଓ ଝିଅ ନବଜାତ ଶିଶୁ ଜନ୍ମ ଦେଇଥିଲେ। ପ୍ରସବ ପରେ ଡାକ୍ତର ତାଙ୍କୁ ଗୁରୁତ୍ୱର ହେବାରୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ତେବେ ସ୍ଥାନାନ୍ତରିତ ହୋଇ ଉମରକୋଟ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅରବିନ୍ଦ ପଣ୍ଡାଙ୍କୁ ଯୋଗାଯାଗ କରିବାରୁ ପରିବାର ଲୋକ ଗର୍ଭବତୀ ମହିଳାଙ୍କୁ ବିଳମ୍ବରେ ଆଣିବା ସହ ରକ୍ତ ଶିଙ୍କୁଳି ରୋଗରେ ପୀଡିତ ଥିବା ସୂଚନା ଦେଇନଥିଲେ।ଯାଆଁଳା ଛୁଆ ଜନ୍ମ ହେବା ପରେ ଉନ୍ନତ ଚିକିତ୍ସା ପାଇଁ ଉମରକୋଟ ମେଡ଼ିକାଲକୁ ପଠାଇ ଥିବା ସୂଚନା ଦେଇଥିଲେ।
