କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାର ରଥ ପଡିଆଠାରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଆଜି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମୃଣ୍ମୟ ପଣ୍ଡା ମୁଖ୍ୟବକ୍ତା ଭାବେ ରହିଥିବାବେଳ ମୁଖ୍ୟ ଅତିଥି ଭାବେ ବିଷମକଟକ ନିର୍ବାଚନୀ ମଣ୍ଡଳୀର ବିଧାୟକ ନୀଳମାଧବ ହିକକା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଡେପୁଟି ଡାଇରେକ୍ଟର ଜିଲ୍ଲା ପଶୁ ଚିକିତ୍ସକ ବିରଞ୍ଚି ନାରାୟଣ ମିଶ୍ର, ବ୍ଲକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା, ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଶୋକ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣିଚିକିତ୍ସା ଅଧିକାରୀ ଡକ୍ଟର ପ୍ରବୀର କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରୀତିନନ୍ଦା ପଟ୍ଟନାୟକ, କଲ୍ୟାଣସିଂହପୁର ବ୍ଲକ ପଶୁ ଚିକିତ୍ସକ ଡ଼ଃ ସୁଶୀଲ କୁମାର ସେଠୀ ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଏହାକୁ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଉତ୍ତମ ଦାସ ମଞ୍ଚପରିଚାଳନା ଓ ଅତିଥିଙ୍କ ସ୍ୱାଗତ କରିଥିଲେ।
