ଡିସେମ୍ବର ୨୭ ରେ ହେବ ବହୁ ପ୍ରତିକ୍ଷିତ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ

ଲୋକ ନୃତ୍ୟ ସାଙ୍ଗରେ ସେଲିବ୍ରେଟି ଦର୍ଶକ ଙ୍କ ମନ ମୋହିବେ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ଆୟୋଜିତ ହେବାକୁ ଥୁବା ରାଜ୍ୟ ସ୍ତରୀୟ ବୁଢା ଡଙ୍ଗର ଲୋକ ମହୋତ୍ସବ ଆସନ୍ତା ଡିସେମ୍ବର ୨୭ ଓ ୨୮ ଦୁଇ ଦିନ ଧରି ହେବ।ଏଥିପାଇଁ ସ୍ଥାନୀୟ ଅନୁଷ୍ଠାନ ସଭା ଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି।ଏଥର ଲୋକ ନୃତ୍ୟ ସାଙ୍ଗରେ ସେଲିବ୍ରେଟି ଙ୍କୁ ଆଣିବା ପାଇଁ ନିଷ୍ପତ୍ତି ହୋଇଛି।ଦୁଇ ଦିନ ଯାକ ହେବାକୁ ଥିବା ଏହି ଉତ୍ସବରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳ ମାନଙ୍କୁ ନିମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଛି।ଦୁଇ ଦିନରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ , ସାଂସଦ , ବିଧାୟକ ଙ୍କୁ ଅତିଥି ଭାବରେ ଆଣିବା ପ୍ରସ୍ତୁତି ହୋଇଛି।ସେଇପରି ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା, ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ, ରାଜ୍ୟ ସ୍ତରୀୟ ଚିତ୍ର କଳା ପ୍ରଦର୍ଶନୀ କରିବା ସାଙ୍ଗରେ ସୋଭିନିୟର କରିବା ନିଷ୍ପତ୍ତି ହୋଇଛି।ପ୍ରତିବର୍ଷ ଭଳି ସାଂସ୍କୃତିକ ଶୋଭାଯାତ୍ରା ର ଆୟୋଜନ ହେବାର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଉକ୍ତ ଉତ୍ସବରେ ରାଜ୍ୟ ଓ ଜିଲ୍ଲା ର ବିଭିନ୍ନ ଵର୍ଗ ରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବା ର ନିଷ୍ପତ୍ତି ହୋଇଛି।ଉତ୍ସବ କୁ ସଫଳ କରିବା ପାଇଁ ୧୦ ଗୋଟି କମିଟି ଗଠନ କରାଯାଇଛି।ଏହି କମିଟିରେ ଅନୁଷ୍ଠାନ ର ସଭ୍ୟ ସଭ୍ୟା ସହ ବିଭିନ୍ନ ବର୍ଗ ର ଲୋକଙ୍କୁ ସାମିଲ କରାଯାଇଛି।ଅନୁଷ୍ଠାନ ର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଉପଦେଷ୍ଟା ଅମୀୟ ନନ୍ଦ, କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ,କୋଷା ଦକ୍ଷ ବିକ୍ରମ ବାରିକ,ଡା ହରେକୃଷ୍ଣ ଧଳ,ଧନେ ମିଶ୍ର, ରମେଶ ପଟ୍ଟନାୟକ, ତିଙ୍କୁ ପାଢ଼ୀ,ସିଲୁ ବାରିକ,ସଂଜୟ ମହାନ୍ତି, କୁଞ୍ଜ ବିହାରୀ ସାହୁ,ଲଳିତ ରଞ୍ଜନ ସାହା, ସଂଗ୍ରାମ ବାରିକ,ଜାଦେବେନ୍ଦ୍ର ସାହା,ସୁରେନ୍ଦ୍ର ପ୍ରଧାନ,ସୁକଦେଵ ଭୋଇ ,କମ୍ବୁ ପାଣି ବାଗ,ଲୁଲୁ, ମାନସ ,ଉତ୍ତମ ସାହୁ ଆଦି ବହୁ ସଦସ୍ୟ ଓ କର୍ମ କର୍ତା ସାମିଲ ହୋଇଥିଲେ।