ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକ ସେନା ତରଫରୁ ସ୍ଥାନୀୟ କେନ୍ଦୁଗୁଡା ଗ୍ରାମଠାରେ ଦିବଙ୍ଗତ ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜଣେ ଓଡ଼ିଆ କଥାଚିତ୍ର ପ୍ରଚ୍ଛଦପଟ୍ଟ ଗାୟକ ଥିଲେ ହ୍ୟୁମାନ ସାଗର। ସଂଙ୍ଗୀତ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ଯୋଗୁଁ ସେ ଡାକ୍ତରୀ ପାଠ ପଢ଼ା ଅଧାରୁ ଛାଡି ସଂଙ୍ଗୀତ ଦୁନିଆରେ ପାଦ ଥାପି ଥିଲେ। ବହୁ ଓଡ଼ିଆ ଚଳଚ୍ଚିତ୍ରରେ ଚମତ୍କାର କଣ୍ଠ ଯୋଗୁଁ କମ ଦିନରେ ସେ ଲୋକପିୟତା ହାସଲ କରିଥିଲେ ମାତ୍ର ୩୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ଯୋଗୁଁ ସମଗ୍ର ଓଡ଼ିଆ ସିନେମା ତଥା ଓଡ଼ିଆ ସଂଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ବିବେକ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ ଶିବରାମ ନାୟକ ନିଜ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟ ଦେଇଥିଲେ। ଶତାଧିକ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ଥିବାବେଳେ ପୂର୍ବତନ ସରପଞ୍ଚ ରାଜୁ କରୁଆ, ସୁଶାନ୍ତ ଗୌଡ଼, ପ୍ରକାଶ ମାଝୀ, ପୋକ ମାଝୀ, ସୋମନାଥ ଗୌଡ଼, ସମ୍ବର ମାଝୀ, ସମୀର ମାଝୀ, ପ୍ରଶାନ୍ତ ମାଝୀ, ଚିରବ ମାଝୀ ଓ ବଳରାମ ନାଏକ ସମେତ ବହୁ ବରିଷ୍ଠ ବିବେକ ସେନାର ସଦସ୍ୟ ଉପସ୍ଥିତ ଥିଲେ।
