କଳମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : ଓଡିଶା ରାଜ୍ୟ ବିଜେପି ଉପ ସଭାପତି ଭବେନ୍ଦ୍ର ପଣ୍ଡାଙ୍କ ଗୁରୁବାର କଳାହାଣ୍ଡି ଜିଲ୍ଲା କଳମପୁର ଗସ୍ତ କରିଥିଲେ। ଏଥିପାଇଁ କଳମପୁର ବିଜେପି ମହଲରେ ଉତ୍ସାହ ଉଦ୍ଦୀପନା ପ୍ରକାଶ ପାଇଥିଲା। କଳମପୁର ବିଜେପି କର୍ମକର୍ତ୍ତା ମାନେ କଳମପୁର ନିର୍ମାଲ୍ୟ କ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକତ୍ରିତ ହୋଇ ଉପ ସଭାପତି ଶ୍ରୀପଣ୍ଡାଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପୂର୍ବକ ପାଛୋଟି ନେଇ ଥିଲେ। ସେଠାରେ ଶ୍ରୀପଣ୍ଡା ଓ ସ୍ଥାନୀୟ କର୍ମକର୍ତ୍ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏଥିରେ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଘନଶ୍ୟାମ ନାଏକ, ପୂର୍ବତନ ବିଜେପି ବ୍ଲକ ସଭାପତି କମଳବାଗ, ଚେରୁନାଏକ, ମାଙ୍ଗେଲାଲ ବାଗ, ଟୁନାପତି, ମୁକୁନ୍ଦ ଟେଣ୍ଡକାରୀ, ମହିଳା ମୂର୍ଚ୍ଚା ସଭାପତି ସୁସ୍ମିତା ବାବୁ, ସୁଶୀଲ ପତି ତଥା ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିବାବେଳେ କଳାହାଣ୍ଡି ଜିଲ୍ଲା ଉପ ସଭାପତି ତଥା ନବରଙ୍ଗପୁର ଜିଲ୍ଲା ପ୍ରଭାରୀ ଲଷ୍ମୀକାନ୍ତ ବାଗ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପରେ ଶ୍ରୀପଣ୍ଡା ଚୁରାଗାଁ ଅଭିମୁଖେ ଗ୍ରସ୍ତ କରିଥିଲେ।
