ଖାଉଟି, ଅବକାରୀ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଯାଞ୍ଚ

କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଖାଦ୍ୟ ସୁରକ୍ଷା ବିଭାଗ, ଅବକାରୀ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ଏକ ମିଳିତ ଟିମ୍ ଶନିବାର କୋକସରା ବ୍ଲକର ଲଡୁଗାଁ ଓ ଆମପାଣିର ବିଭିନ୍ନ ଦୋକାନକୁ ଯାଞ୍ଚ କରାଯାଇଛି। ଆମପାଣି ଓ ଲଡୁଗାଁଠାରେ ଯାଞ୍ଚ ସମୟରେ ତମାଖୁ ବିକ୍ରୀ ହେଉଥିବା ନେଇ ୨୫ ଟି ଦୋକାନୀ କୁ ୫ ହଜାର ଟଙ୍କା ଫାଇନ କରିବା ସହିତ ବିକ୍ରୀ ବନ୍ଦ କରିବା ପାଇଁ ଚେତାବନୀ ଦିଆଯାଇଛି। ଏଥି ସହିତ ଏକ୍ସପାରି ହେଇଥିବା ଖାଦ୍ୟ ମଧ୍ୟ ଯାଞ୍ଚ କରାଯାଇଛି। ଚଢ଼ାଉ ବେଳେ ଉକ୍ତ ଟିମରେ ଖାଉଟି ବିଭାଗ ପକ୍ଷରୁ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ସୁରକ୍ଷା ଅଧିକାରୀ ବିଶ୍ୱଜିତ ନାଏକ, ଅବକାରୀ ବିଭାଗ ପକ୍ଷରୁ ଓଆଇସି ଭୁକ୍ତେଶ୍ଵର ପଟେଲ, କନିଷ୍ଠବଳ ଖୁସୀଦେବ କଟା, ମହାଦେବ ମାଝୀ, କୋକସରା ପୋଲସି ପକ୍ଷରୁ ଏସ୍ଆଇ ରଶ୍ମି ରଞ୍ଜନ ବାଗ, ହାବିଲଦାର ପୁର୍ଣଚନ୍ଦ୍ର ନାଏକ, ଗୋଷ୍ଠୀ ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ ପିଏଚଇଓ ରଶ୍ମିଳା ଛତ୍ରିଆ ପ୍ରମୁଖ ସାମିଲ ହୋଇଥିଲେ।