ଝରୀଗାଁ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ବୋକଡାବେଡା ଗ୍ରାମରେ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଏହି ନାଇଟ୍ ଟୁର୍ନାମେଣ୍ଟ ୭ଦିନ ଧରି ଚାଲିବ ଟୁର୍ଣ୍ଣାମେଣ୍ଟରେ ୨୪ଟି ଦଳ ଅଂଶ ଗ୍ରହଣ କରିବେ। ଉଦଘାଟନ ମ୍ୟାଚ ଝରୀଗୁଡା ଓ ଜଟାବାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ ଜଟାବାଲ ବିଜୟୀ ହୋଇଛି। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଝରୀଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିଲେ। ଟୁର୍ସଣ୍ଣାମେଣ୍ଟ ସନ୍ଧ୍ୟା ୬ ରୁ ଆରମ୍ଭ ହେଉଥିବା ବେଳେ ଦର୍ଶକଙ୍କ ବହୁ ଭିଡ଼ ଦେଖା ଦେଉଛି। ଟୁର୍ନାମେଣ୍ଟରେ ଫାଇନାଲ ବିଜେତା ଦଳକୁ ୨୫୫୦ଟଙ୍କା ସହ ଟ୍ରପି ଓ ଉପ ବିଜେତା ଦଳକୁ ୧୮୮୦୦ ଟଙ୍କା ଆଉ ଟ୍ରପି ପ୍ରଦାନ କରାଯିବ ବୋଲି କମିଟି ତରପରୁ ସୂଚନା ରହିଛି। ନାଇଟ୍ କ୍ରିକେଟ ଟୁର୍ନାମେଣ୍ଟ କମିଟିର ସଭାପତି ପ୍ରଭାକର ଗୌଟିୟା, ଉପ ସଭାପତି ସରୋଜ ସାହୁ,ସମ୍ପାଦକ ରଂଜିତ, ଦିବା, ଗୋକୁଳ, ସାଜିତ ଓ କମିଟିର ସଦସ୍ୟମାନେ ସହଯୋଗ କରୁଛନ୍ତି।