କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କୋକସରା ବ୍ଲକ ବଙ୍ଗୋମୁଣ୍ଡା ଖେଳ ପଡିଆଠାରେ ମାଁ ଠାକୁରାଣୀ ସ୍ପୋର୍ଟ କ୍ଳବ ବଙ୍ଗୋମୁଣ୍ଡା ଆନୁକୂଲ୍ୟରେ ଯୁବରାଜ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଦି ଉଦଘାଟିତ ହୋଇଛି। ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ୍ କୋକସରା ଓ ତରାପୁର କର୍ଲାକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଟ୍ରାଇବେକରେ କୋକସରା ଦଳ ବିଜୟୀ ହୋଇଛି। ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାନୀ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ବସନ୍ତ ନାଗ, ଝଜନେଶ୍ୱର ନାଏକ, ଦୁର୍ଯ୍ୟୋଧନ ପୁଝାରୀ, ଗୌତମ ପୁଝାରୀ, ଗଜିନ ନାୟକ, ଦେବରାଜ ଦଳପତି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ତାପସ ଦାସ, ସଞ୍ଜୀବ ଦୁର୍ଗା ଓ ଭୂପେନ୍ଦ୍ର ଗୋପାଳ ଖେଳ ପରିଚାଳନା କରିଥିଲେ। ଅଖିଳ ପଟେଲ, ସାହିଜ ଖାନ, ଗୌତମ ପୁଝାରୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜକ କ୍ଳବର ଲୁଲୁ ଖାନ, ଈଶ୍ୱର ମାଝୀ, ମୁରଲୀ ପୁଝାରୀ, ଦିନେଶ ପୁଝାରୀ, ତୁଲସୀରାମ ପୁଝାରୀ ପ୍ରମୁଖ ସହଯୋଗ କରିଥିଲେ।
