ଧର୍ମଗଡରେ ବୁଦ୍ଧ ପୂର୍ଣ୍ଣିମା ପାଳିତ 

ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକର ବୈଚାରିକ ସଂଗଠନ ବୁଦ୍ଧ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗତ ୨ ତାରିଖ ଠାରୁ ୧୦ ଦିନ ଧରି ଧର୍ମଗଡ ବ୍ଲକର ୨୪ଟି ଗ୍ରାମ ପଞ୍ଚାୟତ ଓ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ୱାର୍ଡକୁ ବୁଦ୍ଧ ରଥ ପରିକ୍ରମା କରିଥିବାବେଳେ ସୋମବାର ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ବ୍ଲକସ୍ତରୀୟ ତ୍ରିପାବନ ଦିବସ ବା ବୁଦ୍ଧ ପୂର୍ଣ୍ଣିମା ପାଳିତ ହୋଇଛି। ସର୍ବ ପ୍ରଥମେ ଭନ୍ତେ ସୁମଙ୍ଗଳ ବୋଦ୍ଧି ଦ୍ୱାରା ମହାକାରୁଣିକ ଗୌତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଓ ଦ୍ୱୀପ ପ୍ରଜ୍ବଳନ ପୂର୍ବକ ତ୍ରିସରଣଂ ଓ ବୁଦ୍ଧ ବନ୍ଦନା ଗାନ କରାଯାଇଥିଲା। ଏଥିରେ ଆଲୋଚକ ଭାବରେ ଭନ୍ତେ ସୁମଙ୍ଗଳ ବୋଦ୍ଧି, ମୈତ୍ରରତ୍ନ, ଏବଂ ଧମ୍ମ ସହାୟକ ଯୋଗେଶ୍ୱର ସାଗର ଯୋଗଦେଇ ତଥାଗତ ଗୌତମ ବୁଦ୍ଧଙ୍କ ଶାନ୍ତି, ସତ୍ୟ, ଅହିଂସା, ମାନବିକତା ଓ କରୁଣାର ବାର୍ତ୍ତାକୁ ପାଥେୟ କରି ସୁନ୍ଦର ସମାଜ ଗଠନ କରିବା ପାଇଁ ମତ ପ୍ରକାଶ କରିଥିଲେ। ଏଥିରେ ବୁଦ୍ଧ ଚାରିଟେବୁଲ ଟ୍ରଷ୍ଟ ସଭାପତି ଚକ୍ରଧର ବେନୁପାଣି, ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ବିହାରୀ, ଅଳ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ସଭାପତି ବିରଞ୍ଚି ନାରାୟଣ ଜାଲ, ସମ୍ପାଦକ ପ୍ରଭାକର ଜାଲ, ବୁଦ୍ଧ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ମିଥୁନ କୁମାର ଦୁର୍ଗା, ଉପଦେଷ୍ଟା ଉଦେ ପ୍ରସାଦ ଜାଲ, ଦିଗାମ୍ବର ଦୁରିଆ, ସରପଞ୍ଚ ସଙ୍ଘ ସଭାପତି ହାତୀରାମ ଦୁର୍ଗା, କମଳା କାନ୍ତ ବିହାରୀ, ଢଗ ନାଏକ, ଯୁଗେସ ତାଣ୍ଡି, କ୍ଷୀରୋଦ ନାଗ, କାଁହୁ ଚରଣ ସେନାପତି, ମନୋଜ ବାଗ, ଉପେନ୍ଦ୍ର ସେନାପତି, ଫକୀର ନାରାୟଣ ଜାଲ, ପ୍ରଶାନ୍ତ ନାଏକ, ଅଚ୍ୟୁତ ହରପାଳ, ରାମଦାସ ମେହେର ସମେତ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ କାଶିବାହାଲ ଗ୍ରାମବାସୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରେମଲାଲ ଜଗତ ପରିଚାଳନା କରିଥିଲେ।