ସଇଁତଲା/କ୍ରାନ୍ତିକ୍ଷେତ୍ର : ସଇନ୍ତଳା ବ୍ଳକ ଧରପଗଡ଼ ଧାନ ମଣ୍ଡି ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଜଣ ଚାଷୀଙ୍କ ଧାନ ମଣ୍ଡିକୁ ଆସିଛି। ଧାନ ବିକ୍ରୀ କରିବା ନିମନ୍ତେ ମୋଟ ୪୧୩ ଜଣ ରେଜିଷ୍ଟ୍ରେସନ କରିଥିବା ସୂଚନା ରହିଛି। ଆଗାମୀ ଦିନରେ ସମସ୍ତ ଚାଷୀଙ୍କ ଟୋକନ ଆସିବ ବୋଲି ସମ୍ପାଦକ ଆଦିତ୍ୟ ଭୋଇ ପ୍ରକାଶ କରିଛନ୍ତି। ମଣ୍ଡି ଉଦଘାଟନ ସମୟରେ ସଭାପତି ଡ଼ିକି କୁଆଁର, ଚାଷୀ ନେତା ସତ୍ୟ ନାରାୟଣ ପଣ୍ଡା, ବିଜେପି ନେତା ଟୁଲୁ ବଉକ, କମଳ ଠାକୁର, ଚାଷୀ ଦୁର୍ଯ୍ୟୋଧନ ଖେତୀ, ପଙ୍କଜ ବେଜ ପ୍ରମୁଖ ଉପସ୍ଥିତ ଥିଲେ।
