ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଏନଗୁଡାଠାରେ ୨ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ସିଆରସିସି ସୁମନ୍ତ କୁମାର ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମା’କାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ରାଉତ ମୁଖ୍ୟବକ୍ତା, ପରିଚାଳନା କମିଟି ଅଧ୍ୟକ୍ଷ ନରେଶ କୁମାର ନାଏକ, ଭଜମନ ନାଏକ, ସାମ୍ବାଦିକ ଜଗଦୀଶ ନାଏକ, ହରିଶ୍ଚନ୍ଦ୍ର ନାଏକ, ଡମ୍ବରୁଧର ମାଝି ପ୍ରମୁଖ ଯୋଗଦେଇ କ୍ରୀଡ଼ା ଦ୍ୱାରା ଶାରୀରିକ, ମାନସିକ ବୃଦ୍ଧି ହେବା ସାଙ୍ଗକୁ ପାଠ ପଢାରେ ମନ ଲାଗିବ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ଦୌଡ଼, ଲମ୍ବ ଡ଼ିଆଁ, ଉଚ୍ଚ ଡିଆଁ, ଧିର ସାଇକେଲ ରେସ୍, ସର୍ଟଫୁଟ୍ ଆଦି ଖେଲକୁଦ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତିତ୍ୱ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡା ଉତ୍ସବର ବିଭିନ୍ନ ପ୍ରତିଯୋଗିତାକୁ ଖେଲ ଶିକ୍ଷକ ଟିକଚନ ବାଗ ପରିଚାଳନା କରିଥିଲେ। ପୁରସ୍କାର ବିତରଣ ଉତ୍ସବ ମଞ୍ଚକୁ ଶିକ୍ଷକ ଲକ୍ଷ୍ମୀଧର ସେନାପତି ସଂଯୋଜନା କରିଥିବାବେଳେ ଶିକ୍ଷକ ଘନଶ୍ୟାମ ବେହେରା, କପିଳେନ୍ଦ୍ର ସିଂହଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ପରିଚାଳନାରେ ସହେଯାଗ କରିଥିଲେ।