ନିଜ ଘର ସାମ୍ନାରୁ ଅବସରପ୍ରାପ୍ତ ଏଏନ୍‌ଏମ୍‌ଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ ରହୁଥିବା ଜଣେ ଅବସରପ୍ରାପ୍ତ ଏଏନ୍‌ଏମ୍‌ ସୁପରାଇଜରଙ୍କ ମୃତଦେହ ତାଙ୍କ ଘର ଆଗରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଏହାସହ ତାଙ୍କ ଘର କବାଟ ଓ ତାଲା ଭଙ୍ଗା ଯାଇଛି। ଏକାକୀର ସୁଯୋଗ ନେଇ ମହିଳାଙ୍କୁ କେହି ଦୁର୍ବୁତ୍ତ ମାନେ ହତ୍ୟା କରି ତାଙ୍କ ଘରର ସାମଗ୍ରୀ ଲୁଟ୍‌ କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ନାମ ସୁଚିତ୍ରା ଖୁଣ୍ଟିଆ (୬୨) ବୋଲି ଜଣାପଡ଼ିଛି ।  ତାଙ୍କ ସ୍ବାମୀ ଓ ପୁଅ ବାହାରେ ରହୁଥିବା ଜଣାପଡ଼ିଛି। ଏ ନେଇ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି।