କୋକସରା/କ୍ରାନ୍ତିକ୍ଷେତ୍ର : ଆଜି ସକାଳୁ ସକାଳୁ ଗ୍ୟାସ୍ ସିଲିଣ୍ଡର ଲିକେଜ ହେଇ ନିଆଁ ଲାଗିଯିବାରୁ ଗୋଟିଏ ପରିବାର ର ୪ ଜଣ ସଦସ୍ୟ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗ୍ରାମରେ। ଗ୍ରାମର ଦେବରାଜ ସୁନାନୀଙ୍କ ଘରେ ଆଜି ସକାଳେ ଗ୍ୟାସ ସିଲିଣ୍ଡର ଲିକେଜ ହେବାରୁ ପରିବାର ୪ ଜଣ ଲୋକ ଆହତ ହୋଇ କୋକସରା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇ ଚିକିତ୍ସା ହୋଇଛନ୍ତିl ସୂଚନା ଅନୁସାରେ ଦେବାର ସୁନାନୀ ଓ ତାଙ୍କର ପରିବାର ଦୁଷ୍ମନ୍ତ ସୁନାନୀ, ବିକାଶ ସୁନାନୀ ଓ ଭୀମସେନ ପାଣିଗ୍ରାହୀ ଗୁରୁତର ହୋଇଛନ୍ତି। ଗ୍ୟାସ ଲିକେଜ ହୋଇ ଘର ଚାରି ପଟେ ନିଆଁ ଲାଗି ବିସ୍ପୋଟକ ହୋଇଥିଲା। ସେମାନଙ୍କୁ କୋକସରା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।

