କାଳୀ କୃଷ୍ଣ ସଂଘର ‘ଦୀକ୍ଷା’ କାର୍ଯ୍ୟକ୍ରମ

କୋକସରା/କ୍ରାନ୍ତିକ୍ଷେତ୍ର : ସଦ୍ ଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜାଙ୍କ ପ୍ରତିଷ୍ଠିତ କାଳୀ କୃଷ୍ଣ ସଂଘ ପକ୍ଷରୁ କୋକସରା ବ୍ଲକ ଗମ୍ଭାରୀଗୁଡାଠାରେ ‘ଦୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସଂଘ ପ୍ରମୁଖ୍ ଜଗଦାନନ୍ଦ ଜୀ ଯୋଗଦେଇ ଦୀକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କ୍ରମରେ ଗମ୍ଭାରୀଗୁଡା ଶାଖା ସଂଘର ଉଦ୍ୟମରେ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଦର୍ଶନରେ ଅନୁପ୍ରାଣୀତ ହୋଇ ୩୮ ଜଣ ଭାଇ, ଭଉଣୀମାନଙ୍କୁ ଜଗଦାନନ୍ଦଜୀ ମହାରାଜ ମନ୍ତ୍ର ପ୍ରଦାନ କରି, ବିଧି ବିଧାନ ସଂପର୍କରେ ମାର୍ଗଦର୍ଶନ କରିଥିଲେ। ଶାଖା ସଂଘର ଅସ୍ଥାୟୀ ସତସଙ୍ଗ ଗୃହରେ ଭାଇ ଭଉଣୀ ମାନଙ୍କୁ ପବିତ୍ରିକରଣ କରିବା ପରେ ପୂଜନ ଓ ହବନ ଅନୁଷ୍ଠିତ ହୋଇଥିଲା। ଗୁରୁଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ଦୀକ୍ଷା’ କାର୍ଯ୍ୟକ୍ରମ ପରିଚାଳନାରେ ଗିରିଜାନନ୍ଦ, ପ୍ରିୟାନନ୍ଦ, ମୁକୁନ୍ଦାନନ୍ଦ, ଲକ୍ଷ୍ମୀକାନ୍ତ ଖମାରୀ ଦାୟିତ୍ଵ ନିର୍ବାହ କରିଥିଲେ। ଗମ୍ଭାରୀଗୁଡା କାଳୀ କୃଷ୍ଣ ଶାଖା ସଂଘ ସଭାପତି ପଦ୍ମଲୋଚନ ପଟେଲ, ସମ୍ପାଦକ ଗୋକୁଳ ବାରିକ, ପତ୍ରିକା ସମ୍ପାଦକ ମହେନ୍ଦ୍ର କୁମାର ବାରିକ, କୋଷାଧ୍ୟକ୍ଷ ଚୈତନ୍ୟ ରଣା ଓ ସଂଘ କର୍ମକର୍ତ୍ତା ସମେତ ମହିଳା ମାନେ ଉପସ୍ଥିତ ଥିଲେ। ଦିଗବଲ ଭାଟି, ଅଶ୍ୱିନ କୁମାର ପଟେଲ, ଇନ୍ଦ୍ରମଣି ନାୟକ, ଯୋଗିନ୍ଦ୍ର ପଟେଲ, ରଘୁମଣି ପଟେଲ, ଡମ୍ବରୁଧର ପଟେଲ, ରଜେଶ୍ୱର୍ ପଟେଲ, ତରୁଣୀ ଶବର, ଜିତେନ୍ଦ୍ର ଲହଜଲ, ଦିଗସନ୍ ଲହଜାଲ, ଫକୀର ଗହିର, ଅଶୋକ ଲହଜଲ, ଧନେଶ୍ଵର ଶବର, ଅଜିତ ଶବର, ମୋହନ ହଂସ, ରାମେଶ୍ବର ତାଣ୍ଡି, ଦେବରାଜ ରାଉତ ସବିତା ଲହଜଲ୍ ଶିବାନୀ ଭାଟି ମନ୍ଦାକିନୀ ବାରିକ, ମଧୁକଲା ବାରିକ, ପୂର୍ଣ୍ଣିମା ଲହଜଲ, ସରସ୍ଵତୀ ବାଗ, ସୁଲୋଚନା ପଟେଲ, ତନୂର୍ଜ ହଂସ, ପୂଜା ପଟେଲ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଫେବୃଆରୀ ମାସ ପର୍ଯ୍ୟନ୍ତ ଚାଲିବା ନେଇ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *