ଛତ୍ରପୁର/କ୍ରାନ୍ତିକ୍ଷେତ୍ର : (ରଞ୍ଜିତ ପ୍ରଧାନ) ଆହେତୁକ ଅଣ୍ଡା ଦର ବୃଦ୍ଧି ଯୋଗୁଁ ସବୁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ ରହିଥିବା ଅଭିଯୋଗ ହେଉଅଛି । ବର୍ତମାନ ବଜାରରେ ଅଣ୍ଡା ପ୍ରତି ନଅ ଟଙ୍କା ଦରରେ ବିକ୍ରି ହେଉଛି ତେଣୁ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ ରହିଛି । ସେହିଭଳି ଡବଲ ଇଞ୍ଜିନ ସରକାର ଆସିବା ପରେ ଅଙ୍ଗନବାଡି କେନ୍ଦ୍ରରେ କିଶୋରୀ ବାଳିକା ମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଅଣ୍ଡାର ପ୍ରାପ୍ୟ ଦୀର୍ଘ ମାସ ହେଲା ଅର୍ଥ ଆସୁନ ଥିବା ଅଭିଯୋଗ ହେଉଛି । ଏହା ସାଙ୍ଗକୁ ଅଣ୍ଡା ଦର ବୃଦ୍ଧି ଯୋଗୁ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଣ୍ଟନ ବନ୍ଦ ଥିବା ଦେଖିବାକୁ ମିଳୁଛି । ସେହିଭଳି ଜିଲ୍ଲାର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ରରେ ବିଭିନ୍ନ ସମସ୍ୟା ସହ ଅବ୍ୟବସ୍ଥା ଲାଗି ରହିଛି । ସରକାର ପକ୍ଷରୁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକୁ ଅଣ୍ଡା ପାଇଁ ଯେଉଁ ଅର୍ଥ ପ୍ରଦାନ କରୁଛନ୍ତି ସେ ଅର୍ଥ ବଜାରରେ ମିଳୁଥିବା ଅଣ୍ଡା ଦର ବୃଦ୍ଧି ସହିତ ଅନେକ ତଫାତ ରହୁଥିବାରୁ ଏଭଳି ସମସ୍ୟା ଦେଖାଯାଉଛି । ପୃଷ୍ଟିକର ଖାଦ୍ୟ ପାଇଁ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ଦିଆଯାଉଛି କିନ୍ତୁ ଅଣ୍ଡା ଦର ବୃଦ୍ଧି ଯୋଗୁଁ ପୂର୍ବରୁ କିଛି ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ବଦଳେ ହିତାଧିକାରୀମାନଙ୍କୁ ସ୍ୱଳ୍ପ ଟଙ୍କା ଦିଆଯାଉଥିବାର ଦେଖିବାକୁ ମିଳୁଛି । ସେହିଭଳି ଗତ ସରକାର ସମୟରେ ଥିବା ଅଧିକାଂଶ ଯୋଜନାରେ କାଟଛାଣ୍ଟ ହେବା ସହ ଅର୍ଥ ଠିକ ଭାବରେ ବିଭିନ୍ନ ବିଭାଗକୁ ଆସୁନଥିବା ଚର୍ଚା ହେଲାଣି । ଅଣ୍ଡା ପାଇବା ରୁ ଅଙ୍ଗନବାଡି କେନ୍ଦ୍ରର କିଶୋରୀ ଓ ଅନ୍ୟ ହିତାଧିକାରୀମାନେ ବଞ୍ଚିତ ହୋଇଛନ୍ତି । ଏଭଳି ସମସ୍ୟାର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି ।


