ବିଭିନ୍ନ ସମସ୍ୟା କୁ ନେଇ ଜାଗରଣ ମଞ୍ଚରର ବୈଠକ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ସ୍ଥାନୀୟ ଶିବ ମନ୍ଦିର ପ୍ରହରି ମାଣ୍ଡପ ଠାରେ କଳାହାଣ୍ଡି ଜିଲ୍ଲା ମ, ରାମପୁର ଜାଗରଣ ମଞ୍ଚ ତରଫରୁ ଅଂଚଳର ସମସ୍ୟା ଓ ବିକାଶର କେନ୍ଦ୍ରବିନ୍ଦୁ ଉପରେ ଦୁଃଖ ପ୍ରକାଶ କରି ଜାଗରଣ ମଞ୍ଚ ସଭାପତି ଚମରା ବର୍ଗତିଙ୍କ ସଭାପତିତ୍ୱ ଏକ ସଭା ଆୟୋଜନ ହୋଇଥିଲା। ମଞ୍ଚ ର ଉପସଭାପତି ପଦ୍ମଲୋଚନ ମିଶ୍ର, ସଂଗଠନ ସମ୍ପାଦକ ଖିରଧର ସାହୁ, ସମ୍ପାଦକ ଦିବାକର ବାଗ, ଜିଲ୍ଲା ଆଦିବାସୀ ସଂଗ ସଭାପତି ପ୍ରକାଶ ମାଝୀ, ଦଳିତ ସମାଜ ଜିଲ୍ଲା ସଭାପତି ବୁନ୍ଦାବନ ନାଗ, ଲଳିତ କୁମାର ମହାଳିଙ୍ଗ ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭାପତି, ଆଡ଼ଭୋକେଟ ସତ୍ୟ ନାରାୟଣ ସାହୁ, ପ୍ରେମ ସାଗର ନାଏକ, ରାଜୁ ମାଝୀ, ଧୋବା ପନ୍ଦର ସମେତ ଅନେକ ସଂଗଠନ ର କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ମୁଖ୍ୟ ତ ଉପଖଣ୍ଡ ଜିଲ୍ଲା ମାନ୍ୟତା, ମ, ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସ୍ତୁତି ବିଭାଗ, ମେଡ଼ିସିନ ବିଭାଗ, ସଲ୍ୟ ବିଭାଗ, ଶିଶୁ ବିଭାଗ ପରି ଅନେକ ବିଭାଗୀୟ ଡାକ୍ତର ପଦବୀ ନିଯୁକ୍ତି ନଥିବାରୁ ଆଗାମୀ ଦିନରେ ଜିଲ୍ଲାପାଳ ଏବଂ  ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବାକୁ ସଭାରେ ଗୃହୀତ ହୋଇଛି।