ଏଫପିସି ଗୁଡ଼ିକ ପାଇଁ ଆର୍ଥିକ ପରିଚାଳନା ଓ ଶାସନ ଉପରେ ଦୁଇଦିନିଆ ପ୍ରଶିକ୍ଷଣ

ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ମ ରାମପୁର) ଭାରତ ସରକାରଙ୍କ ସହଯୋଗରେ, ସିବିବିଓ, ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ୧୦ ହଜାର ଏଫପିଓ ଗଠନ ଓ ପ୍ରଚାର ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର କୃଷକ ଉତ୍ପାଦକ କମ୍ପାନ ମାନଙ୍କ ବୋର୍ଡ ଅଫ୍ ଡାଇରେକ୍ଟର୍ସ (BoDs) ଓ କର୍ମଚାରୀମାନଙ୍କ ପାଇଁ “ଆର୍ଥିକ ପରିଚାଳନା ଏବଂ ସୁ-ଶାସନ” ବିଷୟରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ବିନାୟକରେ ଆୟୋଜିତ ହୋଇଛି। ନାବାର୍ଡ, କଳାହାଣ୍ଡିର ଜିଲ୍ଲା ବିକାଶ ପ୍ରବନ୍ଧକ ମହେଶ୍ୱର ଦାଶଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା। ପ୍ରଶିକ୍ଷଣର ବିଷୟ ଗୁଡ଼ିକୁ ମୋହନ କୁମାର ବଳିୟାର ସିଂହ, ହୃଷିକେଶ ସାହୁ, ରାଜେନ୍ଦ୍ର ମେହେର ଓ ଜଗଦୀଶ ପ୍ରସାଦ ଦାଶ ତାଲିମ କୁ ସଂଚାଳନା କରିଥିଲେ। ପ୍ରଶିକ୍ଷଣରେ ଏଫପିସି ମାନଙ୍କର ଆର୍ଥିକ ପରିଚାଳନା, ଡିଜିଟାଲ ସାକ୍ଷରତା, ବୋର୍ଡ଼ ଅଫ ଡିରେକ୍ଟର ଓ କର୍ମଚାରୀମାନଙ୍କ ଭୂମିକା ଓ ଦାୟିତ୍ୱ, ସହଯୋଗ ଓ ନେଟୱର୍କିଂ, ସହିତ ଆରଓସି ଫାଇଲିଂ, ଜିଏସଟି ଓ ଆୟକର ରିଟର୍ନ ଭଳି ଆଇନଗତ ଅନୁସରଣ ବିଷୟରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ଏଫପିଓ ଗୁଡିକ କିପରି ଦୃଢ଼ ଓ ସ୍ୱାବଲମ୍ବୀ ହେବା ସହିତ ଚିରସ୍ଥାୟୀ ହୋଇପାରିବେ ସେ ବିଷୟରେ ତାଲିମଦାତା ଗୁରୁତ୍ୱ ଦେଇ ଥିଲେ।