ଦେବାଶିଷ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ : ସିଉନୀ ଚାମ୍ପିଅନ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ବ୍ଳକ କାଉଡୋଲା ୟଙ୍ଗ୍ ଷ୍ଟାର୍ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଖେଳ ପଡ଼ିଆଠାରେ ଚାଲିଥିବା ଦେବାଶିଷ ସରାବୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଆଜି ଅନୁଷ୍ଠିତ ହୋଇଛି। ଏଥିରେ ଭଇଁରିପାଲି କୁ ହରାଇ ସିଉନୀ ଦଳ ଚାମ୍ପିଅନ୍ ହୋଇଛି। ସିଉନୀ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭଇଁରିପାଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭର ମଧ୍ୟରେ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୮ ରନ୍ ସଂଗ୍ରହ କରିଥିଲା। ୬୯ ରନ୍ ର ବିଜୟ ଲକ୍ଷ ନେଇ ସିଉନୀ ଦଳ ପଡିଆକୁ ଓହ୍ଲାଇ ୪ ଓଭର ରେ ଏକ ଉଇକେଟ ହରାଇ ମ୍ୟାଚ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି। ଖେଳ କୁ ଆମ୍ପିୟାର ଭାବେ ବସନ୍ତ ସରାବୁ ଓ ଚିତ୍ତରଞ୍ଜନ ସରାବୁ ପରିଚାଳନା କରିଥିଲେ। ସ୍କୋର ବୋର୍ଡରେ କେଶବ ମାଝୀ ଦାୟୀତ୍ବ ନିର୍ବାହ କରିଥିବାବେଳେ ଖେଳର ଧାରାବିବରଣୀ ତୁଳସୀରାମ ବାଗ ଓ ରମେଶ ବାରିକ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ସତନାମୀ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଖେଳ ଶିକ୍ଷକ ସୁଶାନ୍ତ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ ବାଲେଶ୍ଵର ବେଶ୍ରା, ସମାଜସେବୀ ସୁରଥ ସରାବୁ, ସମିତି ସଭ୍ୟା ବୈଦେହି ବେଶ୍ରା, ଶିକ୍ଷକ ଗିରିଶ ସରାବୁ, ସାମ୍ବାଦିକ ଚକ୍ରଧର ବେଶ୍ରା, ଆମପାଣି ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ତ୍ରୈଲୋକ୍ୟ ବେଶ୍ରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟତମ ଅତିଥି ଭାବେ ପ୍ରେମଲାଲ ସରାବୁ, ଚୈତନ୍ୟ ସରାବୁ, ଅରୁଣ୍ୟ ସରାବୁ, ଝସକେତନ ସରାବୁ, ରଜନୀ ସରାବୁ, ଖେଳ ଶିକ୍ଷକ ସଞ୍ଜୟ କୁମାର ବେଶ୍ରା, ବଂଶୀଧର ବେଶ୍ରା ପ୍ରମୁଖ ଯୋଗଦେଇ ଥିଲେ। ବିଜେତା ଓ ଉପବିଜେତା ଦଳ କୁ ଅତିଥି ମାନଙ୍କ ଦ୍ବାରା ଟ୍ରଫି ସହିତ ନଗତ ଅର୍ଥରାଶି ଦେଇ ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାନ ଅଫ୍ ଦି ମ୍ୟାଚ୍ ସିଉନୀର ଜମ୍ବେ ଠାକୁର ଓ ମ୍ୟାନ୍ ଅଫ୍ ଦି ସିରିଜ୍ ଭଇଁରିପାଲିର କିଶୋର ରାଉତ ବିବେଚିତ ହୋଇଥିଲେ। ୟଙ୍ଗ୍ ଷ୍ଟାର୍ ଆସୋସିଏସନର ଆକାଶ ନାଏକ, ଅନନ୍ତ ସରାବୁ, ପିଣ୍ଟୁ ସତନାମି, ବିରେନ୍ଦ୍ର ରଣା, ନିମାଇଁ ସତନାମି, ଚିତ୍ତରଞ୍ଜନ ସରାବୁ, ହରେକୃଷ୍ଣ ସରାବୁ, କରନ, ପିଣ୍ଟୁ, ମନୋଜ, ଜଗା, ନୂତନ, ଅଜିତ, କେଶବ, ଆନନ୍ଦ, ହିମାଂଶୁ, ଶୁଭମ ପ୍ରମୂଖ ସହଯୋଗ କରିଥିଲେ।