କୋଷାଗୁମୁଡ଼ା/କ୍ରାନ୍ତିକ୍ଷେତ୍ର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ପାପଡ଼ାହାଣ୍ଡି ମୁଖ୍ୟରାସ୍ତା ଦାନିଗୁଡ଼ା ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଯୁବକ ଜଣକ କୋଡ଼ିଙ୍ଗା ପଞ୍ଚାୟତ ନୂଆଁଗୁଡ଼ା ଗ୍ରାମର ଭୀମ ଭତ୍ରା(୨୮) । ମିଳିଥିବା ସୂଚନା ଅନୁଯାୟୀ ଭୀମ ନିଜ ମୋଟର ସାଇକେଲରେ ମାଲେକୋଟ ଗ୍ରାମରେ ଏକ ଦଶାହ କାର୍ଯ୍ୟରେ ଯୋଗଦେଇ ଘରକୁ ଫେରୁଥିଲା। ଅପରପକ୍ଷେ କୋଡ଼ିଙ୍ଗା ଠାରୁ ଏକ ମକା ବୋଝେଇ ଟ୍ରକ ଓଡ଼ି୧୬ଏଫ୍ ୮୪୬୩ ସହ ଦାନିଗୁଡ଼ା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଭୀମ ରାସ୍ତାରେ ଟଳି ପଡ଼ିବା ସହ ମୁଣ୍ଡ ମୁହଁ ଗୋଡ ହାତରେ ଗୁରୁତର ଆହତ ହୋଇଛି। ସୂଚନା ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳ ପହଞ୍ଚି ଆହତଙ୍କୁ ପୋଲିସ ଗାଡ଼ିରେ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠେଇ ଦେବା ସହ ମକା ବୋଝେଇ ଟ୍ରକକୁ କୋଡ଼ିଙ୍ଗା ଥାନାରେ ଅଟକ ରଖିଥିବା କୋଡ଼ିଙ୍ଗା ଥାନା ଅଧିକାରୀ ଯୁଗଳ ଶବର ସୂଚନା ଦେଇଥିଲେ ।

