ଧବଳେଶ୍ବର କପ୍ ମୋହନଗିରିର ପ୍ରଥମ ସେମି ଫାଇନାଲରେ  ସୁନ୍ଦରଗଡ ବିଜୟ

ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗୀରି ଠାରେ ଚାଲିଥିବା ୨୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଧବଳେଶ୍ୱର କପ୍ ର ପ୍ରଥମ ସେମି ଫାଇନାଲ ମ୍ୟାଚ ଟି ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲ୍ଲା ବାଲିଗୁଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମି ଫାଇନାଲ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ସମାଜ ସେବୀ ରଘୁନାଥ ତାଣ୍ଡି ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଜେ.ଇ. ପି.ଡବ୍ଲୁ.ଡି  ବେଦବ୍ୟାସ ଭୋଇ, ତୀର୍ଥ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଥିଲେ।ଅନୁଷ୍ଠାନର ସଭାପତି  ସୂର୍ଯ୍ୟନାରାୟଣ ସାହୁ, ଉପ ସଭାପତି ସୁଦାମ ସେଠ୍, ସମ୍ପାଦକ  ଦିବାକର ସାହୁ, ସୁନିଲ କୁମାର ଭୋଇଙ୍କ ନେତୃତ୍ବରେ ଖେଳ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍ ରେ ବାଲିଗୁଡା ଦଳ ଟସ୍ ଜିଣି ବୋଳିଂ ର ନିଷ୍ପତ୍ତି ନେଇଥିଲା।  ଏଚ୍.ଦ.ବୁଲ ପ୍ରଥମେ ବ୍ୟାଟିଂ କରି ୧୫ ଓଭର ରେ ୬ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିବାବେଳେ ବାଲିଗୁଡା ଦଳ ଏହି ରନ୍ କୁ ଚେଜ୍ କରିବାକୁ ଯାଇ ୯ ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରି ୪୧ ରନ୍ ରେ ପରାଜୟ ହାସଲ କରିଥିଲା। ଏଚ୍.ଦ.ବୁଲ ସୁନ୍ଦରଗଡ ଦଳ ବିଜୟ ହାସଲ କରି ଫାଇନାଲ ରେ ପ୍ରବେଶ କରିଛି। ମ୍ୟାଚ୍ ରେ ସୁନ୍ଦରଗଡ ଦଳର ନାଗ କପୂରଥାଲା ବ୍ୟାଟିଂ କରି ୩୬ ବଲ୍ ରେ ୭୯ ରନ୍ ସଂଗ୍ରହ କରି ଏବଂ ବୋଲିଂ ରେ ୨ ଓଭର୍ ରେ ୨୧ ରନ୍ ଦେଇ ୦୧ ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ। ଶଶିକାନ୍ତ ମାଝୀ ଏବଂ ସ୍ଵପ୍ନେଶ୍ୱର୍ କର୍ମୀ ଧାରା ବିବରଣୀ ପ୍ରଦାନ କରିଥିବାବେଳେ ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ତୁଲାଇଥିଲେ। ସତ୍ୟମ୍ ହୋତା ଏବଂ ସନ୍ତୋଷ ପାତ୍ର ଆମ୍ପେୟାର ଭାବରେ ଖେଳ ପରିଚାଳନା କରିଥିଲେ।