ବାଲିଗୁଡ଼ା/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳ ହାତୀ ମୃତ୍ୟୁ ଘଟଣାରେ ବାଲିଗୁଡ଼ା ବନଖଣ୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ଆର ସିସି ଏଫ ବିଶ୍ୱନାଥ ନୀଳନବର କହିଛନ୍ତି ବିଦୂତ ଆଘାତ ଯୋଗୁଁ ହାତିଟିର ମୃତ୍ୟୁ ହୋଇଛି। ହାତୀ ମୃତ୍ୟୁର ବିଭାଗୀୟ କାର୍ଯ୍ୟନୁଷ୍ଠାନ କୁ ଭୟକରି ନିଲମ୍ବିତ ଡେପୁଟି ରେଞ୍ଜର ବିନୟ ବିଶି ମୃତ୍ୟୁ ହାତୀ ଟିକୁ ୩୨ ଘଣ୍ଡ କରି ବିଭିନ୍ନ ଜାଗାରେ ପୋତି ଦେଇଥିଲେ। ଏ ସଂକ୍ରାନ୍ତରେ ଡ୍ରାଇଭର ହୃଷିକେଶ ପଣ୍ଡାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୮ ଜଣ ସ୍କୁୱାର୍ଡଙ୍କୁ ୩୫୩ରେ ନୋଟିସ କରାଯାଇଛି। ଗୋଟିଏ ଜେସିବି, ଦୁଇଟି ବୁଲେର କୁ ଜବତ କରାଯାଇଛି। ଫେରାର ଥିବା ଡେପୁଟି ରେଞ୍ଜର ବିନୟ କୁମାର ବିଶିଙ୍କୁ ଅତି ଶୀଘ୍ର ଗିରଫ କରାଯିବ ବୋଲି ଆରସିସିଏଫ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ଉପସ୍ଥିତ ରହିଥିଲେ। ଗତ ୫ ତାରିଖରେ ବେଲଘର ବନାଞ୍ଚଳରେ ମୁଣ୍ଡୁଟି ଜଙ୍ଗଲରେ ମୃତ ହାତୀ ଟିକୁ ଖଣ୍ଡ ଖଣ୍ଡ କରି ପ୍ରଥମେ କଡ଼ାପାନା ନର୍ସରୀରେ ପୋତା ଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଡେପୁଟି ରେଞ୍ଜର ସେଠାରୁ ହାତୀ ସବକୁ ନିଜ ଗ୍ରାମ କଳାହାଣ୍ଡି ଜିଲ୍ଲା କେସିଙ୍ଗା କାଣ୍ଟେସିର ଗ୍ରାମ ଚେକ ଡେମ ନିକଟରେ ୭ ଫୁଟ ଗାତ ଖୋଳି ପୋତି ଦେଇ ଥିଲେ। ହାତୀ ମୃତ୍ୟୁର ତଦନ୍ତ ଭାର ନେଇ ଥିବା ଭୁବନେଶ୍ୱର ୱାଇଲଡ ଲାଇଫ ଟାସ୍କ ଫୋର୍ସ ଟିମ ହାତୀ ମୃତ ଦେହ ଠାବ କରିବାରେ ସକ୍ଷମ ହୋଇଥିଲେ।
