ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ‘ସମସ୍ତଙ୍କ ପାଇଁ ଶିକ୍ଷା’ର ବାର୍ତ୍ତା ନେଇ ରାୟଗଡ଼ା ଜିଲ୍ଲାରେ କିସ ଓ କିଟ ପକ୍ଷରୁ ଅଷ୍ଟମ ବାର୍ଷିକ ‘ଏଜୁକେସନ୍ ଫର୍ ଅଲ୍’ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। କୁଲି ଗ୍ରାମପଞ୍ଚାୟତଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। ଏହି ମାରାଥନକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, କଳୀଙ୍ଗଟିଭି ରାୟଗଡ଼ା ବ୍ୟୁରୋ ହେଡ୍ ଅମୁଲ୍ୟ ରତ୍ନ ସାହୁ, କିସ ଜିଲ୍ଲା ସଭାପତି ମାଝି ପିଡିକାକା, ବିଶିଷ୍ଟ ସମାଜସେବୀ ଘାସିରାମ ସାମୁତିକା, କୁଲି ଗ୍ରାମପଞ୍ଚାୟତ ସରପଞ୍ଚ ମୋହନ ତାଡିଙ୍ଗି ପ୍ରମୁଖ ଯୋଗଦେଇ ଶିକ୍ଷାର ପ୍ରସାର ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅବି ସମସ୍ତ କାର୍ଯ୍ୟକ୍ରମକୁ କିସ ଓ କିଟ ର ଜିଲ୍ଲା ସଂଯୋଜକ ରୋନିତ ଶବରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମଗ୍ର କାର୍ଯ୍ୟକ୍ରମଟି ସଫଳତାର ସହ ପରିଚାଳିତ ହୋଇଥିଲା। ଶିକ୍ଷା କ୍ଷେତ୍ରରେ କିସ ଓ କିଟ୍ର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।
