ବିଶ୍ଵନାଥପୁର ସରସ୍ଵତୀ ଶିଶୁମନ୍ଦିରର ପ୍ରଥମ ବାର୍ଷିକୋତ୍ସବ 

ଲାଞ୍ଜିଗଡ଼/କ୍ରାନ୍ତିକ୍ଷେତ୍ର (ସୌମ୍ୟରଞ୍ଜନ ପାତ୍ର) : ବିଶ୍ଵନାଥପୁର ସରସ୍ବତୀ ଶିଶୁ ମନ୍ଦିରରେ ପ୍ରଥମ ବାର୍ଷିକୋତ୍ସବ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପରିଚାଳନା କମିଟି ସଭାପତି ପ୍ରଦିପ କୁମାର ଘଢେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିଲେ। ମୁଖ୍ୟବକ୍ତା ଭାବେ ଦକ୍ଷିଣ ସମ୍ବତ ଶିକ୍ଷା ବିକାଶ ସମିତି ସଭାପତି ତଥା ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାୟକ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ, ବିଶ୍ଵନାଥପୁର ଏସିଏଫ୍ ତଥା ଭାରପ୍ରାତ ରେଞ୍ଜର ନରୋତ୍ତମ ମାଝୀ,ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ସମାଜସେବୀ ଦେବେନ୍ଦ୍ର ପ୍ରଧାନ, ବଟକୃଷ୍ଣ ପୃଷ୍ଟି, ହରିହର କୁମାର, ସୁରେଶ ଅଗ୍ରୱାଲା, ବିଶ୍ଵନାଥପୁର ବଣିକ ସଂଘ ସଭାପତି ପ୍ରମୋଦ କୁମାର ଗୋୟଲ, ଲାଞ୍ଜିଗଡ଼ ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ, ବେଦାନ୍ତ ଆଲୁମିନା ଲିମିଟେଡ଼ ସିଏସ୍ଆର ମୂଖ୍ୟ ଶିଶିର କୁମାର ଚୋପଦାର,ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବବ୍ରତ ସାହୁ, ବିଶ୍ଵନାଥପୁର ଥାନା ଅଧିକାରୀ ତୁଳସୀ ରାମ ଶବର, ବରିଷ୍ଠ ନାଗରିକ ରଘୁବୀର ନାଗ, ବଳରାମ ବେହେରା, ପାହାଡ଼ପଦର ସମିତି ସଭ୍ୟ ଜଗଦୀଶ ବେନିଆ, ବିଶ୍ଵନାଥପୁର ପୂର୍ବତନ ସରପଞ୍ଚ ଅନନ୍ତ ପ୍ରଧାନୀ,ବିଭୁତି ଭୂଷଣ ବେହେରା, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, ବସନ୍ତ ପଡା ସରପଞ୍ଚ ଛାଞ୍ଚେର ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ ମାଁ ସରସ୍ବତୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସରସ୍ବତୀ ଶିଶୁମନ୍ଦିର ପରିଚାଳନା ସଭାପତି ଶ୍ରୀ ଘଡେ଼ଇ ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ତରୁଣ କୁମାର ଦାସ ଶିଶୁ ମନ୍ଦିର ଓ ଉତ୍ସବ ଉଦ୍ଧେଶ୍ୟରେ ବିବରଣୀ ପଠନ କରିଥିଲେ। ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଜ୍ଞାନ ରଞ୍ଜନ ଦାଶ ବାର୍ଷିକ ବିବରଣୀ ପଠନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଗୁରୁମା ସଂଯୁକ୍ତା ଘଢେଇ ପରିଚାଳନାରେ ସହଯୋଗ କରିଥିଲେ। ଶିଶୁମନ୍ଦିରର ଶିଶୁମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ଛାତ୍ରୀ ଜିନି ବାଗ ପରିଚାଳନା କରିଥିଲେ। ପରିଶେଷରେ ପରିଚାଳନା କମିଟି ସଭାପତି ଶ୍ରୀଘଢେଇ ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପରିଚାଳନା କମିଟିର ଉପସଭାପତି ହେମନ୍ତ କୁମାର ଦଣ୍ଡସେନା, ଯୁଗ୍ମ ସମ୍ପାଦକ ଭକ୍ତ ଗରଡିଆ,କୋଷାଧ୍ୟକ୍ଷ ଶିବ ନାରାୟଣ ଦେହୁରୀ, ସଦସ୍ୟା ବନିତା ସେଠୀ, ସ୍ୱର୍ଣ୍ଣ ବେହେରାଙ୍କ ସମେତ ଶିଶୁ ମନ୍ଦିରର ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *