ରାୟଗଡ଼ା/କ୍ରାନ୍ତିକ୍ଷେତ୍ର : ରାୟଗଡ଼ା ବ୍ଳକ ତରଫରୁ ପରିବେଶ ସୁରକ୍ଷା ନିମନ୍ତେ ଦୀର୍ଘସ୍ଥାୟୀ ଜୀବନଶୈଳୀ ନିମନ୍ତେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା. ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଡ: ବିକାଶ କୁମାର ଦାଶ, ପ୍ରଧ୍ୟାପକ ମିଟସ କଲେଜ, ଡ: ରବି ନାରାୟଣ ପ୍ରଧାନ ପ୍ରଧ୍ୟାପକ ମଡେଲ ଡିଗ୍ରୀ କଲେଜ, ଡ ଭବାନୀ ଶଙ୍କର ଦାଶ ପ୍ରଧ୍ୟାପକ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏବିଇଓ ଛବିଲାଲ ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ପେଣ୍ଟା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଗୌଡ ଉଦ୍ଦ୍ୟେଶ ଜ୍ଞାପନ କରିଥିଲେ। ଶିକ୍ଷୟିତ୍ରୀ ଅମ୍ବିକା ସେଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ରାୟଗଡ଼ ବ୍ଳକର ସତର ଗୋଟି କ୍ଲଷ୍ଟର ରୁ ଅଠତିରିଶି ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଆସନ୍ତା ସତେଇଶି ତାରିଖରେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ରେ ଏଗାର ଗୋଟି ବ୍ଲକର ଉତ୍କୃଷ୍ଟ ପ୍ରକଳ୍ପ ଅଂଶ ଗ୍ରହଣ କରିବେ ବୋଲି ଏଡିଇଓ ଭଜନ ଲାଲ ମାଝୀ ପ୍ରକାଶ କରିଛନ୍ତି
