ଅବକାରୀ ଚଢ଼ାଉ ; ଜଣେ କୋର୍ଟ ଚାଲାଣ

ଧର୍ମଗଡ/କ୍ରାନ୍ତିକ୍ଷେତ୍ର : ଧର୍ମଗଡ଼ ଅବକାରୀ ବିଭାଗ ତରଫରୁ ଗୋଲାମୁଣ୍ଡା ବ୍ଲକର ଅମଠା ଗାଁ ରେ ଚଡାଉ କରାଯାଇଛି। ଏହି ଚଢ଼ାଉରେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ଜଣେ ମଦ ବେପାରୀ କୁ ଗିରଫ କରିଛି ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଜଣକ ହେଲେ ଅମଠା ଗାଁ ର ବରୁଣ ମାଝୀ। ଅଭିଯୁକ୍ତଙ୍କ ଠାରୁ ସମୁଦାୟ ୩୧. ୫୪୦ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ତରଫରୁ ଅବକାରୀ ଥାନା କେଶ ନମ୍ବର ୧୮୮/୨୫-୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଧର୍ମଗଡ଼ ଅବକାରୀ ଅଧିକାରୀ ପ୍ରତିମା ବେହେରା ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଧର୍ମଗଡ଼ ଅବକାରୀ ଅଧିକାରିଣୀ ସହିତ ଭୁଜବଳ ପଟେଲ, କର୍ଣ୍ଣ ବାଗ, ଯଶୋବନ୍ତି ଭୋଇ ଏବଂ ୩ ଜଣ ଅବକାରୀ କନେଷ୍ଟବଳ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *