କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ସାନକେନ୍ଦୁଗୁଡ଼ା ଠାରେ ମା’ ଠାକୁରାଣୀ କ୍ରିକେଟ ଆସୋସିଏସନ ପକ୍ଷରୁ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ସ୍ଥାନୀୟ ଖେଳପଡ଼ିଆରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ କମିଟି ର ସଭାପତି ନିର୍ମଳ ଗୋପାଳ ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ କାର୍ତ୍ତିକ ଚନ୍ଦ୍ର ମାଝୀ, ସମ୍ପାଦକ ପ୍ରମୋଦ ଖମାରି, ରୂପେଶ ମେହେର, କିରଣ ସିଂ ଗୋପାଳ, କ୍ଷୀର ଖମାରି ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରି ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ପର୍ଲା ଓ ଚିଲଡଙ୍ଗରୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପର୍ଲା ଦଳ ୧୧୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଚିଲ୍ଡଙ୍ଗରି ଦଳ ଚମତ୍କାର ପ୍ରଦର୍ଶନ କରି ୧୧୯ ରନ କରି ବିଜୟୀ ହୋଇଥିଲା। ଅମ୍ପିଆର ଭାବେ ଦ୍ରୋଣ ଗୋପାଳ ଓ କରନ୍ ଖମାରୀ ଖେଳ ପରିଚାଳନା କରିଥିଲେ। ସ୍କୋର ବୋର୍ଡ ପୁସ୍ତମ ବଣିଆ ଏବଂ ତୃତୀୟ ରେଫରି ମହେନ୍ଦ୍ର ମେହେର ପ୍ରମୁଖ ରହି ଖେଳ ପରିଚାଳନା କରିଥିଲେ। ଏହି ଅବସରରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ା କ୍ଷେତ୍ରରେ ଶୃଙ୍ଖଳାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।
