ରାୟଗଡ଼ା କବିତା ସଙ୍କଳନ ଲୋକାର୍ପଣ ଉତ୍ସବ ଓ ଶୀତ କବିତା ଆସର

ରାୟଗଡ଼ା/କ୍ରାନ୍ତିକ୍ଷେତ୍ର (ପ୍ରଶାନ୍ତ ସେନାପତି) : ମାଘ ତିଳ ସପ୍ତମୀ ତିଥିରେ ରାୟଗଡ଼ା ନଗର ରୟତ କଲୋନୀ ସ୍ଥିତ ସାଇ ମନ୍ଦିର ପରିସରରେ ଡଃ ରତି ରଞ୍ଜନ ଦାଶଙ୍କ “ଢୋଲଟା ଭିତରେ ପଶିଚି ମୂଷା” କବିତା ସଙ୍କଳନ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ସଭାପତି ଡ଼ଃ ରତି ରଞ୍ଜନ ଦାଶ, ମୁଖ୍ୟ ଅତିଥି ଭାବେ ସକ୍ଷମର ରାଜ୍ୟ ସଂରକ୍ଷକ ତଥା ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ଡଃ ବାଦଲ ତା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦାମୋଦର ପଣ୍ଡା, ସମ୍ମାନିତ ଅତିଥି ସୋମେଶ୍ୱର ରାଓ ଓ ନମୋ ଶଙ୍କର ସତିଶ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମକୁ ସସ୍ମିତା ମିଶ୍ର ସଞ୍ଚାଳନ କରିଥିଲେ। ଶୀତ ଆଧାରିତ କବିତା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ କବି/କବୟତ୍ରୀ ମାନଙ୍କ ମଧ୍ୟରେ ପ୍ରଶାନ୍ତ ପଟ୍ଟନାୟକ, ସଦାଶିବ ରାଜଗୁରୁ, ଲଳିତ ମୋହନ ଯେନା, ପ୍ରଦୀପ ତ୍ରିପାଠୀ, ମାୟାଧର ସାହୁ, ଅରୁଣ ଲେଙ୍କା, ଅରୁଣ ମିଶ୍ର, ରବି ଶତପଥୀ, ଅଖିଳେସ ପଟ୍ଟନାୟକ, ଜୟଦେବ ସିଠ, ଭାଗରଥୀ ଶତପଥୀ, ଶ୍ରୀମତୀ ସସ୍ମିତା ମିଶ୍ର, ମହେଶ୍ବେତା ପାଣିଗ୍ରାହୀ, ଅହଲ୍ୟା ମହାରଣା, ତ୍ରୀବେଣୀ ମିଶ୍ର ଇତ୍ୟାଦି ଅନ୍ଯ ଗଣମାନ୍ଯ କବି/କବୀ ସ୍ବରଚିତ କବିତା ପାଠ କରିଥିଲେ। କବିତା ସଞ୍ଚାଳନ କରିଥିଲେ ମହେଶ୍ବେତା ପାଣିଗ୍ରାହୀ ଓ ତ୍ରିବେଣୀ ମିଶ୍ର। କବି ରଚି ରଞ୍ଜନ ଦାଶଙ୍କ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି ନାରାୟଣ ପଣ୍ଡା, ଲଳିତ ମୋହନ ଯେନା, ମାୟାଧର ସାହୁ, ସଦାଶିବ ରାଜଗୁରୁ, ଜୟଦେବ ସିଠଙ୍କୁ ଉପାୟନ ଦେଇ ସମ୍ମାନିତ କରିଥିଲେ। ଶ୍ରୀଦାଶ ନିଜ ମନ କଥା ଭିତରେ ପୁରୁଣା କବି ମଧ୍ୟରେ ସତ୍ୟନାରାୟଣ ଗନ୍ତାୟତ ମହାଶୟଙ୍କ ସାହିତ୍ୟ କୃତି ସମ୍ପର୍କରେ କହିଥିଲେ। ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି ତଥା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଯୋଗେଶ୍ଵର ଦାସ ଭାଇଙ୍କ ଅବଦାନ ସ୍ବୀକାର ଯୋଗ୍ୟ। ଅନ୍ତେ ପ୍ରଶାନ୍ତ ପଟ୍ଟନାୟକ ମହାଶୟଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।